ପାରାଦ୍ୱୀପ ଗଭୀର ସମୁଦ୍ରରୁ ଧରାପଡ଼ିଲା ରିର୍କୋଟ ମାଛ
ପାରାଦ୍ୱୀପ ଗଭୀର ସମୁଦ୍ର ଭିତରେ ବିଭିନ୍ନ ପ୍ରଜାତିର ମାଛ ଦେଖିବାକୁ ମିଳିଥାଏ । ସେହି ମାଛମାନଙ୍କ ମଧ୍ୟରୁ ଏକ ବିରଳ ପ୍ରଜାତିର କଉମାଛ ଜଣେ ମତ୍ସ୍ୟଜୀବୀଙ୍କ ଟ୍ରଲରରେ ଧରାପଡ଼ିଥିଲା । ଟ୍ରଲର ମାଲିକ ଅଶୋକ ସାହୁ ଏହି ମାଛକୁ ଦୀଘା ମୁହାଣ ମାଛ ମାର୍କେଟକୁ ବୁଧବାର ଦିନ ବିକ୍ରି କରିବାକୁ ଆଣିଥିଲେ । ସେହି ମାଛର ଓଜନ ଦେଢ କୁଇଣ୍ଟାଲ ।ହିଛି ।
ଉକ୍ତ ମାଛକୁ ମାର୍କେଟକୁ ନେଲାପରେ କୋଲକାତା ବସିର ହାଟର ଜଣେ ମାଛ ବ୍ୟବସାୟୀ ୩୫ହଜାର ଟଙ୍କାରେ କିଣିଥିଲେ । ଏହି ବିରଳ ପ୍ରଜାତିର ମାଛକୁ ମତ୍ସ୍ୟଜୀବୀ ଭୋଲା କଉ ବୋଲି କହୁଛନ୍ତି । ଇଂରାଜୀରେ ଏହାକୁ ରିର୍କୋଟ ମାଛ ବୋଲି କୁହାଯାଇଛି ।
Powered by Froala Editor