ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା ଗୃହୀତ
ଭୁବନେଶ୍ୱର : ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା ଗୃହୀତ। ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଗ୍ରହଣ କରିଛନ୍ତି। ଏ ନେଇ ଦଳ ପକ୍ଷରୁ ସୂଚନା ମିଳିଛି। ସସ୍ମିତ ପାତ୍ର ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ନେତା ଭାବେ କାର୍ଯ୍ୟ କରୁଥିଲେ । ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏବଂ ତାଙ୍କର ଏହି ଇସ୍ତଫା ପତ୍ରକୁ ଦଳୀୟ ସଭାପତି ଅନୁମୋଦନ କରିଛନ୍ତି।
Powered by Froala Editor