ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଗିରଫ
ଭୁବନେଶ୍ୱର: ଗିରଫ ହେଲେ ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି। ଚଢ଼ାଉ ବେଳେ ବାବୁଙ୍କ ଘରୁ ନଗଦ ୬.୨୩ ଲକ୍ଷ ଟଙ୍କା , ୧.୮୧ କୋଟିର ବ୍ୟାଙ୍କ ଡିପୋଜିଟ୍ ସହ ୩୫୦ ଗ୍ରାମ ସୁନା ଠାବ ହୋଇଥିଲା। ବହୁତଳ କୋଠା ସହ ୮ଟି ପ୍ଲଟ୍ , ଗୋଟିଏ ଫାର୍ମ ହାଉସ୍ ମଧ୍ୟ ଠାବ ହୋଇଥିଲା। ଆଜି ତାଙ୍କୁ କଟକ ଭିଜିଲାନ୍ସ କୋର୍ଟରେ ହାଜର କରାଯିବା ନେଇ ସୂଚନା ରହିଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୁଖ୍ୟଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ଭୁବନେଶ୍ୱର, କଟକ, ଢେଙ୍କାନାଳ ଓ ଯାଜପୁର ସମେତ ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ରେଡ୍ କରିଥଲା।
Powered by Froala Editor