କଂଗ୍ରେସର ୫ ବିଧାୟକ ଭୁବନେଶ୍ବର ଫେରିଲେ
ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ହଟାଅ ଅଭିଯାନରେ ଦିଲ୍ଲୀ ଯାଇଥିବା କଂଗ୍ରେସର ୫ ବିଧାୟକ ଶୁକ୍ରବାର ରାତିରେ ଭୁବନେଶ୍ବର ଫେରିଛନ୍ତି। ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ବରେ ସି.ଏସ. ରାଜନ ଏକ୍କା, ମଙ୍ଗୁ ଖିଲ, ସାଗର ଦାସ, ସତ୍ୟଜିତ ଗମାଙ୍ଗ ଏବଂ କାଡ୍ରାକା ଆପାଲା ସ୍ବାମୀ ଦିଲ୍ଲୀ ଯାଇଥିଲେ।
ରାଜ୍ୟ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ କାଡ଼ାମଙ୍କୁ ପଦରୁ ହଟାଇବାକୁ କଂଗ୍ରେସର ୬ ବିଧାୟକ ଗୁରୁବାର ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ କୋଷାଧ୍ୟକ୍ଷ ଅଜୟ ମାକନଙ୍କୁ ଭେଟିଥିଲେ। ଦିଲ୍ଲୀ ଯାଇଥିବା ୬ ବିଧାୟକଙ୍କ ମଧ୍ୟରୁ ସତ୍ୟଜିତ ଗମାଙ୍ଗଙ୍କୁ ଛାଡ଼ି ଅନ୍ୟମାନେ ଭୁବନେଶ୍ବର ଫେରିଛନ୍ତି।
Powered by Froala Editor