କ୍ରସଭୋଟିଂ କରିଥିବା ବିଧାୟକଙ୍କ ବାସଭବନ ଆଗରେ ପୁଲିସ ସୁରକ୍ଷା ବ୍ୟବସ୍ଥା ବଢିଲା
ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ କରିଥିବା ବିଧାୟକଙ୍କ ବାସଭବନ ଆଗରେ ପୁଲିସ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ୨ ନିଲମ୍ବିତ ବିଧାୟକଙ୍କୁ ମିଶାଇ ବିଜେଡିରୁ ୮, କଂଗ୍ରେସରୁ ୩ ବିଧାୟକ କ୍ରସଭୋଟିଂ କରିଛନ୍ତି। କୌଣସି ପ୍ରକାର ଅଘଟଣ ଓ ଅପ୍ରୀତିକର ପରିସ୍ଥିତି ଆଶଙ୍କାରେ ବିଧାୟକଙ୍କ ବାସଭବନର ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି।
ବିଧାୟକଙ୍କ ବାସଭବନ ଆଗରେ ପୁଲିସ ପଇଁତରା ମାରୁଥିବା ଦେଖିବାକୁ ମିଳିଛି। ନିର୍ବାଚନ ପରେ କ୍ରସଭୋଟିଂ କରିଥିବା ବିଧାୟକ-ବିଧାୟିକାଙ୍କ ସୁରକ୍ଷା ନେଇ ପ୍ରଶାସନ ଚିନ୍ତାରେ ପଡ଼ିଛି।
Powered by Froala Editor