କର୍ତ୍ତବ୍ୟରେ ଅବହେଳା: ସସପେଣ୍ଡ ହେଲେ ୩ ବନ କର୍ମଚାରୀ
କେନ୍ଦୁଝର:କର୍ତ୍ତବ୍ୟରେ ଅବହେଳା ପାଇଁ ୩ ବନ କର୍ମଚାରୀ ସସପେଣ୍ଡ କରାଯାଇଛି । କେନ୍ଦୁଝର ବନବିଭାଗ ମୁଖ୍ୟାଳୟରେ ଅନୁପସ୍ଥିତି ଓ ଅଗ୍ନି ପରିଚାଳନାରେ ଅବହେଳା ଯୋଗୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କେନ୍ଦୁଝର ଫରେଷ୍ଟର ପ୍ରମୋଦ ବେହେରା, ଘଟଗାଁ ଫରେଷ୍ଟର ବିଶ୍ବରଂଜନ ମିଶ୍ର ଏବଂ ଫରେଷ୍ଟ ଗାର୍ଡ ହୃଦାନନ୍ଦ ମହାନ୍ତିଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି। ବନ କର୍ମଚାରୀମାନେ ସଠିକ୍ ଭାବେ ଡ୍ୟୁଟି କରୁନଥିବାରୁ ଘଟଗାଁ ଏବଂ ପାଟଣା ରେଞ୍ଜରେ ଏକର ଏକର ଜଙ୍ଗଲ ପୋଡ଼ି ପାଉଁଶ ହୋଇଯାଇଛି ।
Powered by Froala Editor