୧୧ ରୁ ମେ ୧୬ ଯାଏଁ ପୁରୀକୁ ରେଳ ସେବା ବନ୍ଦ
ପୁରୀ: ପୁରୀକୁ ୬୫ ଦିନ ଯାଏ ଯିବନି ଟ୍ରେନ୍ । ପୁରୀ ରେଳ ଷ୍ଟେସନର ଚାଲିଛି ନବୀକରଣ । ଷ୍ଟେସନ ପରିସରରେ ଥିବା ରେଳଧାରଣାକୁ କଂକ୍ରିଟ୍ଯୁକ୍ତ କରାଯିବାକୁ ଯୋଜନା ହୋଇଛି । ଅର୍ଥାତ୍ ଟ୍ରାକ୍ରେ ଆଉ ଗୋଡ଼ି ରହିବ ନାହିଁ । ଏହା ସହିତ ୭ ନମ୍ବର ଓ ୮ ନମ୍ବର ପ୍ଲାଟ୍ଫର୍ମର ଉନ୍ନତୀକରଣ ହେବ । ସେଥିପାଇଁ ଆସନ୍ତା ୧୧ ତାରିଖରୁ ମେ ମାସ ୧୬ ତାରିଖ ଯାଏଁ ରେଳ ସେବା ପ୍ରଭାବିତ ହେବ । ଏହି ୬୫ ଦିନ ପର୍ଯ୍ୟନ୍ତ କୌଣସି ଟ୍ରେନ୍ ପୁରୀ ଆସିବ ନାହିଁ । ଟ୍ରେନ୍ ଗୁଡ଼ିକ ସାକ୍ଷୀଗୋପାଳ, ମାଳତିପାଟପୁର ଓ ବୀରହରେକୃଷ୍ଣପୁର ପର୍ଯ୍ୟନ୍ତ ଆସିବ ଏବଂ ଛାଡ଼ିବ । ସେ ପର୍ଯ୍ୟନ୍ତ ଯିବାଆସିବା ପାଇଁ ବସ୍ ବ୍ୟବସ୍ଥା ହେବ ।
Powered by Froala Editor