ପୁଣି ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ଶିକ୍ଷକ ଅଟକ
ବାସୁଦେବପୁର: ଗୁରୁ ଛାତ୍ରର ପବିତ୍ର ସମ୍ପର୍କ ପୁଣି କଳଙ୍କ ଲାଗିଛି। ନିକଟରେ କୃଷ୍ଣପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏହି ଘଟଣା ମନରୁ ଲିଭିନଥିବାବେଳେ ପୁଣି ଚାନ୍ଦିମାଳ ଜବହାର ନବୋଦୟ ବିଦ୍ୟାଳୟର ଏଭଳି ଅଭିଯୋଗ ସାମ୍ନାକୁ ଆସିଛି। ହିନ୍ଦୀ ଶିକ୍ଷକଙ୍କୁ ପୁଲିସ ବିଦ୍ୟାଳୟରୁ ଉଠାଇ ନେଇ ତଦନ୍ତ କରୁଛି । ବାସୁଦେବପୁର ବ୍ଲକ ଚାନ୍ଦିମାଳ ନବୋଦୟ ବିଦ୍ୟାଳୟର ହିନ୍ଦୀ ଶିକ୍ଷକଙ୍କ ନାଁରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଜଣେ ସପ୍ତମ ଶ୍ରେଣୀର ଛାତ୍ରୀ । ଏମିତିକି ଛାତ୍ରୀଙ୍କୁ ଜୀବନରୁ ମାରି ଦେବାକୁ ଶିକ୍ଷକ ଜଣକ ଧମକ ଦେଇଥିବା ଅଭିଯୋଗ ଆଣିଛନ୍ତି ଛାତ୍ରୀ।
ଗତକାଲି ରାତିରେ ଛାତ୍ରୀ ଜଣକ ଭୟଭୀତ ଅବସ୍ଥାରେ ବିଦ୍ୟାଳୟରୁ ପଳାଇ ଆସି ନିକଟସ୍ଥ ଗାଁରେ ଆଶ୍ରୟ ନେଇଥିଲେ । ପରେ ଛାତ୍ରୀ ଜଣକ ଗାଁ ଲୋକଙ୍କୁ ଜଣାଇବା ପରେ ନିକଟସ୍ଥ ପୁଲିସକୁ ଖବର ଦେଇଥିଲେ । ପୁଲିସ୍ ଗାଁରେ ପହଞ୍ଚି ଛାତ୍ରୀଙ୍କୁ ଉଦ୍ଧାର କରିଥିଲା ।
Powered by Froala Editor