ଫ୍ରୁଟି ଭଳି ମୋଟା କାଗଜ ଖୋଳରେ ମିଳିବ ମଦ
ଭୁବନେଶ୍ୱର : କାଚ ବୋତଲ ବଦଳରେ ଫ୍ରୁଟି ଭଳି ମୋଟା କାଗଜ ଖୋଳରେ ମିଳିବ ମଦ। ସନା ମହାକୁଡ଼ଙ୍କ ପ୍ରଶ୍ନରେ ଆଜି ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। କାଚ ବୋତଲ ପରିବର୍ତ୍ତେ ଏଣିକି ଟେଟ୍ରା ପ୍ୟାକ୍ ବ୍ୟବହାର କରାଯିବ। ଯାହା ପରିବେଶ ସୁରକ୍ଷା ପାଇଁ ଅନୁକୂଳ ମଧ୍ୟ। ପେପର ବୋର୍ଡରେ ତିଆରି ହେବ ଟେଟ୍ରା ପ୍ୟାକ୍ ।
Powered by Froala Editor