ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ
ଭୁବନେଶ୍ୱର: ବିଧାନସଭା ପ୍ରଶ୍ନକାଳରେ ଜାରି ରହିଛି ବିରୋଧୀଙ୍କ ହଟ୍ଟଗୋଳ । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବାର ମାତ୍ର କିଛି ମିନିଟ ପରେ ୧୧ଟା ୩୦ମିନିଟ ପର୍ଯ୍ୟନ୍ତ ମୁଲତବୀ କରିଲେ ବାଚସ୍ପତି ସୁରମା ପାଢୀ । ବିରୋଧୀ ମାନେ ନିଜ ଜିଦରେ ଅଟଳ ରହି ଗୃହର ମଧ୍ୟ ଭାଗକୁ ଆସି ନାରାବାଜି କରିଥିଲେ । ଧାନ ମଣ୍ଡିରୁ ଧାନ ଉଠୁନି, ଚାଷୀ ହତାଶ ଏହି ପ୍ରସଙ୍ଗକୁ ମୁଦ୍ଦା କରି ସରକାରଙ୍କୁ ଘେରିଛନ୍ତି ବିରୋଧୀ । କଂଗ୍ରେସ ସଦସ୍ୟମାନେ କଳାବ୍ୟାଚ୍ ପିନ୍ଧି ପ୍ରତିବାଦ କରିଥିଲେ । ୧୧ଟା ୩୦ମିନିଟ ପରେ ଗୃହ କାର୍ଯ୍ୟ ଆରମ୍ଭ ପରେ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । ଫଳରେ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି ।
କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି ଯେ ମିଲର୍ସ ଚାଷୀଙ୍କୁ ଶୋଷଣ କରୁଛନ୍ତି, ଏହା ବିରୋଧରେ ବିଧାନସଭାରେ ପ୍ରତିବାଦ ଜାରି ରଖିଛି କଂଗ୍ରେସ । ଆମେ ଆଲୋଚନା ଚାହୁଁଛୁ, ସରକାର ଆଲୋଚନା କରୁନାହାଁନ୍ତି ।
Powered by Froala Editor