କାରରେ ନିଆଁ ଲାଗି ଭୟାବହ ଅଗ୍ନିକାଣ୍ଡ
ଝାରସୁଗୁଡ଼ା: ବେହେରାମାଲ ସ୍ଥିତ ନୂଆପଡ଼ା ବସ୍ତିରେ ଏକ କାରରେ ନିଆଁ ଲାଗି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଥୁଆ ହୋଇଥିବା ୪ ଟି ଟାୟାରରେ ନିଆଁ ଲାଗିବାରୁ ଆଖପାଖକୁ ନିଆଁ ବ୍ୟାପି ଯାଇଥିଲା। ସୂଚନା ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସୂଚନା ଅନୁସାରେ ବେହେରା ମାଲ ସ୍ଥିତ ନୂଆପଡ଼ା ବସ୍ତିରେ ପରସ୍ମିତ୍ ପଟେଲ ଙ୍କ ଭଡ଼ା ଘରେ ଡ଼୍ରାଇଭର ମାନେ ରହୁଛନ୍ତି। ସେମାନେ ଆଜି ସକାଳୁ କମ୍ପାନୀକୁ କାମ କରିବାକୁ ଯାଇଥିଲେ। ଗେଟ ବନ୍ଦ କରି ସମସ୍ତେ ଯାଇଥିବାବେଳେ ଆଜି ହଠାତ୍ କୌଣସି କାରଣରୁ ସେ ଭଡ଼ା ଘରେ ନିଆଁ ଲାଗିଯାଇଥଲା। ଘରେ ଥିବା କାରରେ ନିଆଁ ଲାଗି ଯାଇଥିଲା। ପାଖରେ ଥୁଆ ହୋଇଥିବା ୪ ଟି ବଡ଼ ଟାୟାରରେ ନିଆଁ ଲାଗିଯିବାରୁ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା।
Powered by Froala Editor