ଆଶ୍ୱସ୍ତି: କମିଲା ସୁନା ଦର
ଭୁବନେଶ୍ବର: ଗ୍ରାହକଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତି । କମିଲା ସୁନା ଦର । ୨୪କ୍ୟାରେଟ ସୁନାର ଦାମ୍ ୧୦ଗ୍ରାମ୍ ପ୍ରତି ୧୨୦୦ ଟଙ୍କା ହ୍ରାସ ପାଇ ୧ଲକ୍ଷ ୫୮ହଜାର ୫୫୦ଟଙ୍କାରେ ପହଞ୍ଚିଛି । ଗତକାଲି ୨୪କ୍ୟାରେଟ ସୁନାର ଦାମ୍ ୧ଲକ୍ଷ ୫୯ହଜାର ୭୫୦ଟଙ୍କା ରହିଥିଲା । ସେହିପରି ୨୨କ୍ୟାରେଟ ସୁନାର ଦାମ୍ ୧୧ଶହ ଟଙ୍କା ହ୍ରାସ ପାଇଛି । ୨୨କ୍ୟାରେଟ ସୁନାର ଦାମ୍ ୧ଲକ୍ଷ ୪୫ହଜାର ୩୫୦ ଟଙ୍କା ହୋଇଛି । ଗତକାଲି ଏହାର ଦାମ୍ ୧ଲକ୍ଷ ୪୬ହଜାର ୪୫୦ଟଙ୍କା ରହିଥିଲା ।
ଅନ୍ୟପଟେ ରୂପା ଦରରେ ବି ପରିବର୍ତ୍ତନ ହୋଇଛି । ରୂପା ଦର ୫ହଜାର ଟଙ୍କା ବୃଦ୍ଧି ପାଇ କିଲୋଗ୍ରାମ୍ ପିଛା ୨ଲକ୍ଷ ୯୫ହଜାରରେ ପହଞ୍ଚିଛି ।
Powered by Froala Editor