୯ହଜାର ବୋତଲ କଫ ସିରଫ ଜବତ, ଜଣେ ଗିରଫ
ସୋନପୁର: ବିପୁଳ ପରିମାଣର କଫ ସିରଫ ଜବତ କରିବା ସହ ଘଟଣାରେ ଜଣଙ୍କୁ ଗିରଫ କରିଛି ପୁଲିସ । ପୁଲିସର ଚଢାଉ ବେଳେ ୩ଜଣ ଫେରାର ହୋଇଥିବା ବେଳେ ୨ଟି ଗାଡି ଜବତ ହୋଇଛି । ୨ଟି ଗାଡ଼ିରେ କଫ ସିରଫ ଚାଲାଣ ହେଉଥିବା ବେଳେ ପିଛା କରିଥିଲା ରାମପୁର ପୁଲିସ ।
ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ସାହାଜବାହାଲ ଗାଁ ନିକଟରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୋଲେରୋ ପିକଅଫ ଓ ହୋଣ୍ଡା ସିଭି କାରରୁ ୯ହଜାର ବୋତଲ କଫ ସିରଫ ଜବତ କରାଯାଇଛି । ଏହାସହିତ କଫ ସିରଫ ମାଫିଆ ଗୁଲସନ ସାହୁକୁ ଗିରଫ କରିଛି ପୁଲିସ ।
Powered by Froala Editor