୨୪ଘଣ୍ଟା ମଧ୍ୟରେ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା
ଭୁବନେଶ୍ବର: ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ କମିବା ସମ୍ଭାବନା ରହିଛି। ପରବର୍ତ୍ତୀ ୩ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବ ନାହିଁ। ତା’ପରେ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି। ଅନେକ ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରୀ ଉପରେ ରହିଛି। କେବଳ ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର କିଛି ଜିଲାରେ ପାରଦ ୧୦ରୁ ୧୫ଡିଗ୍ରୀ ମଧ୍ୟରେ ରହିଛି। ୩ଡିଗ୍ରୀ ପର୍ଯ୍ୟନ୍ତ ରାତି ତାପମାତ୍ରା କମିଲେ ବି ସ୍ବାଭାବିକ ଶୀତ ଅନୁଭୂତ ହେବା ସମ୍ଭାବନା ରହିଛି। ଗତ ୨୪ଘଣ୍ଟା ମଧ୍ୟରେ ଘୁ. ଉଦୟଗିରିରେ ପାରଦ ୯ଡିଗ୍ରୀ ଥିବାବେଳେ ଦାରିଙ୍ଗବାଡ଼ିରେ ୧୧.୫, ଫୁଲବାଣୀରେ ୧୨.୨, ରାୟଗଡ଼ାରେ ୧୪, ସେମିଳିଗୁଡ଼ାରେ ୮.୭, କୋରାପୁଟରେ ୧୪.୮, ମାଲକାନଗିରିରେ ୧୪.୬, ସୁନ୍ଦରଗଡ଼ରେ ୧୪.୨, ଝାରସୁଗୁଡ଼ାରେ ୧୨, ରାଉରକେଲାରେ ୧୨.୧, ଭୁବନେଶ୍ବରରେ ୧୬.୬ ଏବଂ କଟକରେ ୧୫.୪ଡିଗ୍ରୀ ରହିଛି।
Powered by Froala Editor