କମର୍ସିଆଲ୍ ଏଲ୍ପିଜି ଦର ବୃଦ୍ଧି
ନୂଆଦିଲ୍ଲୀ: ଆଜି ଦେଶର ବଜେଟ୍ ଉପସ୍ଥାପନ ହେବାକୁ ଯାଉଛି। ଏହା ପୂର୍ବରୁ କମର୍ସିଆଲ୍ ଏଲ୍ପିଜି ଦର ବୃଦ୍ଧି ହୋଇଛି। ୧୯ କେଜି କମର୍ସିଆଲ୍ ଏଲପିଜି ଦର ୪୯ ଟଙ୍କା ବଢି ୧୭୪୦ ଟଙ୍କା ହୋଇଛି। ଆଜିଠୁ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇ ଭଳି ପ୍ରମୁଖ ସହର ସମେତ ସାରା ଦେଶରେ ଏହା ମହଙ୍ଗା ହୋଇଯାଇଛି।
ଘରୋଇ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଗତବର୍ଷ ନଭେମ୍ବର ଏବଂ ଡିସେମ୍ବରରେ, ଏହି ସିଲିଣ୍ଡରର ମୂଲ୍ୟ ଯଥାକ୍ରମେ ପାଞ୍ଚ ଏବଂ ଦଶ ଟଙ୍କା ହ୍ରାସ କରାଯାଇଥିଲା।
Powered by Froala Editor