ପୁଣି ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଲା ଶ୍ରୀମନ୍ଦିର ଆନନ୍ଦ ବଜାର ଫଟୋ
ପୁରୀ: ବର୍ଷ ଆରମ୍ଭରୁ ଶ୍ରୀମନ୍ଦିର ଭିତର ଫଟୋ ପୁଣି ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି। ମୋହିତ ନାମକ ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଆନନ୍ଦ ବଜାର ଫଟୋ ନିଜ ଇନଷ୍ଟାଗ୍ରାମ୍ ଆଇଡିରେ ଅପଲୋଡ଼ କରି ପ୍ରଘଟ କରିଥିବା ଜଣାପଡ଼ିଛି।
ଫଟୋ ପ୍ରଘଟ ଘଟଣାକୁ ନେଇ ଜିଲା ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ କହିଛନ୍ତି, ଘଟଣାର ତଦନ୍ତ କରାଯାଉଛି। ଆଇନ ଅନୁସାରେ ଫଟୋ ପ୍ରଘଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Powered by Froala Editor