୧୦ ରୁ ପୁଷ୍ପ ପ୍ରଦର୍ଶନୀ ଆରମ୍ଭ
ଭୁବନେଶ୍ୱର: ଲୋକଙ୍କ ପାଇଁ ଖୋଲିବ ଲୋକ ‘ଭବନ’ । ଲୋକଭବନ ଉଦ୍ୟାନରେ ଥିବା ରଙ୍ଗବେରଙ୍ଗ ଫୁଲ ଦେଖିବେ ସାଧାରଣ ଜନତା । ବୁଧବାର ଉଦ୍ଘାଟିତ ହୋଇଥିବା ‘ଅଟଳ ବନ’କୁ ବୁଲିବାକୁ ମଧ୍ୟ ସୁଯୋଗ ମିଳିବ । ଆସନ୍ତା ୧୦ ତାରିଖ (ଶନିବାର) ଠୁ ଲୋକ ଭବନରେ ହେବାକୁ ଥିବା ପୁଷ୍ପ ପ୍ରଦର୍ଶନୀ ପାଇଁ ସାଧାରଣ ଲୋକଙ୍କୁ ସୁଯୋଗ ମିଳିବ ।
ଲୋକ ଭବନର ସୂଚନା ଅନୁଯାୟୀ, ଶନିବାରଠୁ ୨୦ ତାରିଖ ଯାଏ ଲୋକ ଭବନରେ ପୁଷ୍ପ ପ୍ରଦର୍ଶନୀ ହେବ । ଏଥିରେ ସାଧାରଣ ଲୋକଙ୍କୁ ସୁଯୋଗ ମିଳିବ । ଉଦ୍ୟାନ ବୁଲିବା ପାଇଁ କୌଣସି ଫି ଦେବାକୁ ପଡ଼ିବ ନାହିଁ । ଏଥିପାଇଁ ଲୋକ ଭବନ ଆପ୍ କିମ୍ବା ୱେବ୍ସାଇଟ୍ ରେ ଆଗୁଆ ଆବେଦନ କରି, ଅନ୍ଲାଇନ ସ୍ଲଟ୍ ନେଇ ପାରିବେ । ସ୍କୁଲ ପିଲାମାନେ ସେମାନଙ୍କ ସ୍କୁଲ କର୍ତ୍ତୃପକ୍ଷଙ୍କ ଅନୁରୋଧପତ୍ର ଅନୁଯାୟୀ, ସକାଳ ସାଢ଼େ ୮ଟାରୁ ସାଢ଼େ ୧୦ଟା ମଧ୍ୟରେ ଲୋକ ଭବନ ପୁଷ୍ପ ଉଦ୍ୟାନ ବୁଲିପାରିବେ । ଏହି ଅନୁରୋଧ ପତ୍ର ଲୋକଭବନ ଇ-ମେଲ ଆଇଡି adc.odishagovernor@ od.gov.inରେ ଅନୁରୋଧ ପତ୍ର ପଠାଇବାକୁ କୁହାଯାଇଛି ।
ଅନ୍ୟପଟେ ସାଧାରଣ ଜନତାଙ୍କ ପାଇଁ ଅପରାହ୍ନ ସାଢ଼େ ୨ଟାରୁ ସଂଧ୍ୟା ୬ଟା ୧୫ ମିନିଟ୍ ଯାଏ ଲୋକଭବନ ଖୋଲା ରହିବ । ଅର୍କିଡ, ଲିଲିୟମ୍ ଭଳି ଅନେକ ଦେଶୀ ଓ ବିଦେଶୀ ଫୁଲ ଆକର୍ଷଣ ସାଜିବ । ଚଳିତବର୍ଷ ସବୁଠୁ ଆକର୍ଷଣ ହୋଇଛି ଅଟଳ ବନ, ଏଠାରେ ସବୁଜିମା ସହ ଜଳାଶୟ, ଝରଣା ସଂରଚନା । ଏଥିସହ ଟି-୫୫ ଯୁଦ୍ଧ ଟ୍ୟାଙ୍କର, ରାଫେଲ ଆଦି ପ୍ରଦର୍ଶିତ ହୋଇଛି ।
Powered by Froala Editor