୩ ଦିନ ବନ୍ଦ ରହିବ ଭିତର କନିକା
ପଟ୍ଟାମୁଣ୍ଡାଇ : ଆସନ୍ତାକାଲିଠୁ ପର୍ଯ୍ୟଟକ ମାନଙ୍କ ପାଇଁ ୩ ଦିନ ଭିତରକନିକା ମନା। କୁମ୍ଭୀର ଗଣନା ପାଇଁ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଭିତର କନିକା ବନ୍ଦ ରହିବ। ଭିତରକନିକା ସଂଲଗ୍ନ ନଦୀ ନାଳରେ ଗଣନା ହେବା ନେଇ ସୂଚନା ଦେଇଛନ୍ତି ରାଜନଗର ଡିଏଫ୍ଓ । କୁମ୍ଭୀର ଗଣନା ସମୟରେ ନଦୀରେ ବୋଟ ଚଳାଚଳ କଲେ କୁମ୍ଭୀର ଗଣନାରେ ବାଧା ସୃଷ୍ଟି ଯୋଗୁଁ ପର୍ଯ୍ୟଟକ ମାନଙ୍କ ପାଇଁ ଭିତରକନିକା ବନ୍ଦ ରହିଥାଏ । ଏହି ସମୟରେ ପର୍ଯ୍ୟଟକ ମାନଙ୍କୁ ଭିତରକନିକା ବୁଲି ନଯିବାକୁ ରାଜନଗର ବନଖଣ୍ଡ ପକ୍ଷରୁ ସୂଚନା ଦିଆଯାଇଛି ।
ସେପଟେ ସାତକୋଶିଆରେ କୁମ୍ଭୀର ଗଣନା ଆରମ୍ଭ ହୋଇଛି । ମହାନଦୀ ସାତକୋଶିଆ ଗଣ୍ଡରେ କେତେ ଅଛନ୍ତି କୁମ୍ଭୀର, ଚାଲିଛି ଗଣନା । ୩ ଦିନ ଧରି ଏହି ଗଣନା କାର୍ଯ୍ୟ ଚାଲିବ । ଏଥିପାଇଁ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ, ମହାନଦୀ ଓ ଆଠମଲ୍ଲିର ବନଖଣ୍ଡରେ ମୋଟ ୧୪ଟି ଟିମ୍ ଗଠନ କରାଯାଇଛି । ପ୍ରତି ଟିମରେ ୪ରୁ ୫ଜଣ ଲେଖାଏଁ ମୋଟ ୭୦ ବନ କର୍ମଚାରୀ ଓ ଗବେଷଣା କରୁଥିବା ବ୍ୟକ୍ତି ଗଣନା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ୧୨ଟି ଦେଶୀ ଡଙ୍ଗା ଓ ୨ଟି ବୋଟ୍, ଶକ୍ତିଶାଳୀ କ୍ୟାମେରା , ବାଇନାକୁଲର ସାହାଯ୍ୟରେ ଚାଲିଛି ଗଣନା ।
Powered by Froala Editor