ଏହି ଜିଲାକୁ ଶୀତ ଲହରୀ ପାଇଁ ସତର୍କ ସୂଚନା ଜାରି
ଭୁବନେଶ୍ବର: ପଶ୍ଚିମାଝଡ଼ ଅପସରି ଯିବା ପରେ କେନ୍ଦ୍ରୀୟ ଭାରତରେ ଗୁରୁଚାପ ବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ପବନ ବହୁଛି। ରାଜ୍ୟର ପାହାଡ଼ିଆ ଏବଂ ସମତଳ ଅଞ୍ଚଳଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଛି। ଫଳସ୍ବରୂପ ସାରା ରାଜ୍ୟରେ ଶୀତ ପ୍ରକୋପ ଲାଗି ରହିଛି। ରାଜଧାନୀ ଭୁବନେଶ୍ଵରରେ ହାଡ ଭଙ୍ଗା ଶୀତ ଜାରି ରହୁଛି। ପାରଦ ୭ ଡିଗ୍ରୀ ତଳକୁ ଖସିଛି। ଆଜି ସକାଳ ୫ଟା ୩୦ରେ ୧୧.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ଝାରସୁଗୁଡ଼ାରେ ୭.୪ ଡିଗ୍ରୀ , ବାଲେଶ୍ୱରରେ ୧୧.୨ ଡିଗ୍ରୀ, କେନ୍ଦୁଝର ୯.୨, ଚାନ୍ଦବାଲି ଓ ପାରାଦୀପରେ ୧୨.୪ ଡିଗ୍ରୀ ରହିଛି।
ଆଜି ଉପକୂଳ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣ କୁହୁଡ଼ି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି। ବିଶେଷକରି ନୟାଗଡ଼, ବୌଦ୍ଧ, କୋରାପୁଟ ଏବଂ କନ୍ଧମାଳ ଜିଲାକୁ ଘନ କୁହୁଡ଼ି ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କୋରାପୁଟ, ଅନୁଗୋଳ, କଟକ ଏବଂ ଜଗତସିଂହପୁର ଜିଲାକୁ ଶୀତ ଲହରୀ ପାଇଁ ସତର୍କ ସୂଚନା ଜାରି ହୋଇଛି।
Powered by Froala Editor