ଯାତ୍ରା ମଞ୍ଚକୁ ଫେରିଲେ ପୀୟୂଷ ତ୍ରିପାଠୀ
ଯାଜପୁର: ୬ ମାସ ପରେ ମଞ୍ଚକୁ ଫେରିଲେ ଯାତ୍ରା କଳାକାର ତଥା ଜଲିଉଡ୍ ବ୍ୟାଡ୍ ବୟ ପୀୟୂଷ ତ୍ରିପାଠୀ। ଦୀର୍ଘ ଦିନର ବ୍ୟବଧାନ ପରେ ତାଙ୍କୁ ପୁଣିଥରେ ଯାତ୍ରା ମଞ୍ଚରେ ଦେଖିବାକୁ ମିଳିଲା। ଯାଜପୁର ଜିଲ୍ଲା ଚଣ୍ଡିଖୋଲଠାରେ ଦର୍ଶକମାନେ ଯାତ୍ରା ସିଂହବାହିନୀ ପକ୍ଷରୁ ଚଳିତ ବର୍ଷର ନୂଆ ନାଟକ ‘ତୁ ମୋ ବଜରଙ୍ଗୀ’ରେ ପୀୟୂଷଙ୍କ ଅଭିନୟ ଦେଖିବାକୁ ପାଇଥିଲେ । ଗତକାଲି ରାତିରେ ପୀୟୁଷ ଚଣ୍ଡିଖୋଲରେ ପହଞ୍ଚିବା ପରେ ତାଙ୍କର ଫ୍ୟାନମାନଙ୍କ ମଧ୍ୟରେ କ୍ରେଜ୍ ଦେଖିବାକୁ ମିଳିଥିଲା । ଚଣ୍ଡିଖୋଲ ଛକଠାରୁ ପୀୟୁଷଙ୍କୁ ଏକ ଶୋଭାଯାତ୍ରାରେ ଯାତ୍ରା ମଞ୍ଚ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା । ନାଟକରେ ତାଙ୍କୁ ଦେଖିବା ପାଇଁ ଟିକେଟ ସଂଗ୍ରହ କରି ଲମ୍ବାଧାଡିରେ ଦର୍ଶକ ଅପେକ୍ଷା କରିଥିଲେ ।
ନାଟକରେ ପୀୟୁଷଙ୍କ ‘ରାମ’ ଚରିତ୍ର ଦର୍ଶକଙ୍କୁ ବେଶ ବାନ୍ଧି ରଖିପାରିଥିଲା । ଏବଂ ପୂର୍ବ ଭଳି ଦର୍ଶକଙ୍କ ଭଲପାଇବା ମିଳିବ ବୋଲି ପୀୟୂଷ ନିଜ ପ୍ରତିକ୍ରିୟାରେ କହିଛନ୍ତି ।
Powered by Froala Editor