ଆଜିଠାରୁ ଆରମ୍ଭ ହେବ ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ
ଭୁବନେଶ୍ୱର : ମଙ୍ଗଳାଯୋଡ଼ିରେ ଆଜିଠାରୁ ଆରମ୍ଭ ହେବ ଷଷ୍ଠ ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ। ଏହାକୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଆନୁଷ୍ଠାନିକ ଭାବେ ଲୋକସେବା ଭବନରେ ଉଦ୍ଘାଟନ କରିବେ।
ସେହିପରି ଅପରାହ୍ଣ ୩ଟାରେ ବରକୂଳର ପାନ୍ଥନିବାସ ନିକଟରେ ସ୍ଥାନୀୟ ମତ୍ସ୍ୟଜୀବୀ ସମ୍ପ୍ରଦାୟଙ୍କୁ ନେଇ ନୌକା ପ୍ରତିଯୋଗିତା ଏବଂ ଦୁଃସାହସିକ ଜଳକ୍ରୀଡ଼ା ହେବ। ଏହା ଆସନ୍ତା ୮ତାରିଖ ପର୍ଯ୍ୟନ୍ତ ଚାଲିବ।
Powered by Froala Editor