ଭୟଙ୍କର ବିସ୍ଫୋରଣ : ୨ ଶ୍ରମିକଙ୍କ ମୃତଦେହ ଉଦ୍ଧାର
ଢେଙ୍କାନାଳ: ଢେଙ୍କାନାଳ ଜିଲା ଓଡ଼ାପଡ଼ା ତହସିଲ ବଦାଳୁ ନିକଟସ୍ଥ ଗୋପାଳପୁରଠାରେ ଥିବା ପଥରଖଣିରେ ଶନିବାର ସନ୍ଧ୍ୟାରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା। ରାତିରେ ଉଦ୍ଧାର କାର୍ୟ୍ୟ ହୋଇପାରି ନ ଥିଲା। ରବିବାର ସକାଳେ ମୋଟଙ୍ଗା ଥାନା ପୋଲିସ, ଓଡ଼ାପଡ଼ା ତହସିଲଦାର ଓ ଅଗ୍ନିଶମ ସଂସ୍ଥା ଓ ଓଡ୍ରାଫ୍ଟ ଦଳ ଜେସିବି ମେଶିନ ଓ ସନ୍ଧାନୀ କୁକୁର ଜରିଆରେ ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି। ଜିଲାପାଳ ଆଶିଷ ପାଟିଲ ଓ ଏସ୍ପି ଅଭିନବ ସୋନକର ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ୨ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ୨ ମୃତକଙ୍କ ମଧ୍ୟରୁ ଜଣେ ମୟୂରଭଞ୍ଜ ଓ ଅନ୍ୟ ଜଣେ ବାଲେଶ୍ୱର ଜିଲାର ବୋଲି ସୂଚନା ମିଳିଥିଲେ ମଧ୍ୟ ସେମାନଙ୍କର ସମ୍ପୂର୍ଣ୍ଣ ପରିଚୟ ମିଳିନାହିଁ।
Powered by Froala Editor