ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ
ପ୍ରୟାଗରାଜ: ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା ଏକ ପୋଖରୀରେ ପଡ଼ିଯାଇଥିଲା। କେପି କଲେଜ ପଛରେ ଏହି ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ଲୋକମାନେ ଘଟଣା ବିଷୟରେ ପୋଲିସ ଏବଂ ପ୍ରଶାସନକୁ ସୂଚନା ଦେଇଥିଲେ, ଯାହା ପରେ ଅଗ୍ନିଶମ ବାହିନୀ ଏବଂ ଉଦ୍ଧାର ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ସୂଚନା ଅନୁଯାୟୀ, ସ୍ଥାନୀୟ ଲୋକମାନେ ତିନି ଜଣଙ୍କୁ ଉଦ୍ଧାର କରିଥିଲେ। ବିମାନରେ କେତେ ଲୋକ ଥିଲେ ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଉଦ୍ଧାର ଦଳ ବିମାନର ଉଭୟ ପାଇଲଟଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ। ସୂଚନା ଅନୁଯାୟୀ, ସ୍ଥାନୀୟ ଲୋକମାନେ ତିନି ଜଣଙ୍କୁ ଉଦ୍ଧାର କରିଥିଲେ।
ଭାରତୀୟ ବାୟୁସେନା ଘଟଣାରେ ସ୍ପଷ୍ଟ କରି କହିଛନ୍ତି ଯେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି, ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ ।ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ବିମାନଟି ପାଣିରେ ବୁଡ଼ିବା ପୂର୍ବରୁ ନିୟନ୍ତ୍ରଣ ହରାଇଥିଲା ।
Powered by Froala Editor