ରୁପାଲି ଛକରେ ଡ୍ରାଇଭରଙ୍କ ଜୀବନ ନେଲା ଆମ ବସ
ଭୁବନେଶ୍ୱର ରୁପାଲି ଛକ ଟ୍ରାଫିକ୍ ଉପରେ ଶନିବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ଅଟୋ ପଛରୁ ପିଟିଲା ଆମ ବସ୍। ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । ମୃତକ ବାଲିଅନ୍ତା ସିଙ୍ଗାପୁରର ବିଷ୍ଣୁଚରଣ ପାତ୍ର ବୋଲି ଜଣାପଡିଛି ।
ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଯାଇଛି। ଅଟୋରେ ଡ୍ରାଇଭର ସହ ୨ ସ୍କୁଲ ଛୁଆ ଥିଲେ। ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, ଏହା ପୂବର୍ରୁ ମଧ୍ୟ ଏକାଧିକ ବାର ରାଜ୍ୟରେ ଆମ ବସ ଦୁର୍ଘଟଣା ଦେଖିବାକୁ ମିଳିଥିଲା । ଗତ ବର୍ଷ ଫେବୃଆରୀ ମାସରେ ଆମ ବସ ଦୁର୍ଘଟଣାରେ ମା ଓ ଝିଅ ଦୁଇଜଣଙ୍କର ଜୀବନ ଚାଲିଯାଇଥିଲା। ଗୋଟିଏ ସ୍କୁଟିକୁ ଆମ ବସ କିଛି ଦୂର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ସେହିପରି ଖୋର୍ଦ୍ଧାରେ ଆମ ବସ ଦୁର୍ଘଟଣାରେ ପିତାମାତା ଆହତ ହୋଇଥିବା ବେଳେ ଏକ ଶିଶୁର ମୃତ୍ୟୁ ଘଟିଥିଲା ।
Powered by Froala Editor