ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଜଣେ ମୃତ
ସୁନ୍ଦରଗଡ଼:ସୁନ୍ଦରଗଡ଼-ଏମସିଏଲ ରାସ୍ତା ବନ୍ଧପାଲି ଇବସେତୁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଫର୍ଚୁନର୍ କାର୍ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। କାର୍ ତଳେ ଚାପି ହୋଇ ଜଣକର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ମୃତକ ସୁନ୍ଦରଗଡ ପତ୍ରାପଡାର ସମ୍ପନ୍ନ ପାଣିଗ୍ରାହୀ (୧୭) ବୋଲି ଜଣାପଡିଛି। ଗୁରୁତରଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ତୁରନ୍ତ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ। ସେଠାରୁ ପରିବାର ଲୋକେ ବରଗଡ଼ ବିକାଶ ହସ୍ପିଟାଲକୁ ନେଇଥିଲେ।
Powered by Froala Editor