ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶିଖରଚଣ୍ଡୀ ପାହାଡକୁ ଉପରକୁ ପର୍ଯ୍ୟଟକଙ୍କୁ ବାରଣ
ଭୁବନେଶ୍ୱର: ଶିଖରଚଣ୍ଡୀ ପାହାଡକୁ ପ୍ରବେଶ ନେଇ କଟକଣା ଲଗାଇଛି ବନ ବିଭାଗ । ଗତ ତିନି ଦିନ ହେବ ଦୁଇଟି ବଡ ଦନ୍ତା ହାତୀ ଶିଖରଚଣ୍ଡୀ ପାହାଡରେ ଡେରା ପକାଇଛନ୍ତି । ହାତୀ ବୁଲୁଥିବାରୁ ପାହାଡକୁ ଯିବାକୁ ବାରଣ କରିଛି ବନ ବିଭାଗ । ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଉଛି । ବର୍ତ୍ତମାନ ପର୍ୟ୍ୟଟନ ଋତୁ ଚାଲିଥିବାରୁ ପାହାଡରେ ଅନେକ ଲୋକ ବଣଭୋଜି କରିବାକୁ ଆସୁଛନ୍ତି । ହାତୀଙ୍କ ଉପସ୍ଥିତି ଯୋଗୁଁ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ପାହାଡ ଉପରକୁ ପର୍ୟ୍ୟଟନଙ୍କୁ ବାରଣ କରାଯାଇଛି ।
Powered by Froala Editor