ସୋସିଆଲ ମିଡିଆରେ କମେଡିଆନ୍ ଗୁଲୁଆଙ୍କୁ ହତ୍ୟା ଧମକ
ଭୁବନେଶ୍ୱର: ସୋସିଆଲ ମିଡିଆରେ କମେଡିଆନ୍ ଗୁଲୁଆଙ୍କୁ ହତ୍ୟା ଧମକ । ୧କୋଟି ଟଙ୍କା ଦେବାକୁ ଧମକ ଦିଆଯାଇଛି, ଟଙ୍କା ନଦେଲେ ସୋସିଆଲ ମିଡ଼ିଆରେ ବଦନାମ କରିବାକୁ ଗୁଲୁଆଙ୍କୁ ଧମକ ଆସିଛି । ଗୁଲୁଆ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ପୋଷ୍ଟ କରି ଏହି କଥା କହିଛନ୍ତି । ତାଙ୍କ କହିବା ଅନୁସାରେ ମୋତେ ଧମକ ଦିଆଯାଉଛି, ଏହି ଘଟଣାରେ ଥାନାରେ ଅଭିଯୋଗ କରିବାକୁ ଯାଇଥିଲି, ହେଲେ ଧମକ ଦେଉଥିବା ଲୋକଙ୍କର ଥାନାରେ ହାତ ରହିଛି । ସେଥିପାଇଁ ମୁଁ ଥାନା ପର୍ୟ୍ୟନ୍ତ ଆଉ ଯାଇପାରିବି ନାହିଁ ।
ଗୁଲୁଆ କହିଛନ୍ତି ଯେ ମୋତେ ଓ ମୋର ଟିମ୍ କୁ ତିନି ଥର ଧମକ ମିଳିଲାଣି । ମୋତେ ବାଡେଇବାକୁ ଧମକ ମିଳୁଛି । ଆଜି ଯେହେତୁ କୋର୍ଟ ବନ୍ଦ, ସେଥିପାଇଁ କୌଣସି ଲିଗାଲ୍ ଆକ୍ସନ ନେଇପାରିବି ନାହିଁ । ମୋ ଭିଡିଓକୁ ହାଲକା ଭାବେ ନିଅନ୍ତୁ ନାହିଁ, ହୁଏତ କାଲି ସକାଳ ମୁଁ ନଦେଖି ପାରେ । ମୋ କଥାକୁ ଗୁରୁତ୍ୱ ନିଅନ୍ତୁ । ମୋତେ ବାରମ୍ବାର ଧମକ ମିଳୁଛି, ୫୦ଲକ୍ଷ ଟଙ୍କା ଦିଅ, ନଚେତ ସୋସିଆଲ ମିଡ଼ିଆରେ ବଦନାମ କରିଦେବି । ଲୁଚୁକି ଗୋଟେ ଜାଗାରେ ରହିଛି ।
ଗୁଲୁଆଙ୍କ ଧମକ ପୂର୍ଣ୍ଣ ଭିଡ଼ିଓରୁ ଜଣାପଡୁଛି ଯେ ତାଙ୍କ ସ୍ତ୍ରୀ ବର୍ଷା ଏଭଳି ଧମକ ଦେଇଥାଇପାରନ୍ତି । କାରଣ ବର୍ଷା ଗତ କିଛି ଦିନ ହେବା ନିଜର ଫେସବୁକ ପେଜରେ ଗୁଲୁଆଙ୍କୁ ଇଙ୍ଗିତ କରି କିଛି ପୋଷ୍ଟ କରିଛନ୍ତି ।
Powered by Froala Editor