ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ରେଡ୍
ସୁନ୍ଦରଗଡ଼: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି । ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ । ସୁନ୍ଦରଗଡ଼ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ ରବୀନ୍ଦ୍ର ବାରିକଙ୍କ ଘରେ ରେଡ୍ ଜାରି ରହିଛି ।
ଖବର ଅନୁସାରେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ାଉ ଆରମ୍ଭ ହୋଇଛି । ସୁନ୍ଦରଗଡ଼ ସମେତ ବାଲେଶ୍ୱର ଚୂନଭାଟି ମଣ୍ଡପରେ ରେଡ୍ ହୋଇଥିବା ସୂଚନା ରହିଛି । ବାଲେଶ୍ଵର ଚୂନ ଭାଟି ନିକଟରେ ଥିବା ସାଇ ଗାର୍ଡେନ, ଗୋପାଳ ଗାଁରେ ଥିବା ଆବାସିକ ୩ ମହଲା କୋଠା, ତିନି ମହଲା ମାର୍କେଟ କମ୍ପ୍ଲେକ୍ସ ଏବଂ ଜିମ୍, କଲ୍ୟାଣ ମଣ୍ଡପ, ସୁନ୍ଦରଗଡ଼ରେ ଥିବା ତାଙ୍କ କାର୍ୟ୍ୟାଳୟ ଏବଂ ଭଡା ଘରେ ବିଭାଗ ରେଡ୍ କରୁଛି।
Powered by Froala Editor