ଘର ଆଗରେ ପଡିଛି ଅବସରପ୍ରାପ୍ତ ଏଏନଏମ ସୁପରଭାଇଜରଙ୍କ ମୃତଦେହ
କଳାହାଣ୍ଡି: କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗଡ଼ିଆଜୋର ଗାଁରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଘରେ ଏକାକୀ ରହୁଥିବା ଜଣେ ଅବସରପ୍ରାପ୍ତ ଏଏନଏମ ସୁପରଭାଇଜରଙ୍କ ମୃତଦେହ ତାଙ୍କ ଘର ଆଗରେ ପଡ଼ିରହିଥିବା ଦେଖିବାକୁ ମିଳିଛି । ଏଥିସହ ତାଙ୍କ ଘର କବାଟର ତାଲା ମଧ୍ୟ ଭଙ୍ଗାଯାଇଛି । ଏକାକୀର ସୁଯୋଗ ନେଇ ମହିଳାଙ୍କୁ ଦୁର୍ବୁତ୍ତ ହତ୍ୟା କରି ତାଙ୍କ ଘରର ସାମଗ୍ରୀ ଲୁଟ୍ କରିଥିବା ସନ୍ଦେହ କରାଯାଉଛି । ତେବେ ମୃତ ମହିଳାଙ୍କ ନାଁ ସୁଚିତ୍ରା ଖୁଣ୍ଟିଆ ବୋଲି ଜଣାପଡିଛି ।
Powered by Froala Editor