କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର ମୃତ୍ୟୁ ମାମଲା: ହ୍ୟୁମାନଙ୍କ ମାଆ ଦେଲେ ଏତଲା
କଟକ: କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର ମୃତ୍ୟୁ ମାମଲାରେ ଥାନାରେ ଏତଲା ହୋଇଛି। କଟକ ମର୍କତ ନଗର ଥାନାରେ ହ୍ୟୁମାନଙ୍କ ମାଆ ଏତଲା ଦେଇଛନ୍ତି। ନିଜ ପୁଅକୁ ନିର୍ଯ୍ୟାତନା ଦିଆଯାଇଥିବା ହ୍ୟୁମାନଙ୍କ ମାଆ ଅଭିଯୋଗ କରିଛନ୍ତି। ଅବହେଳା, ଦୁର୍ବ୍ୟବହାର , ଚାପ , ବିଷକ୍ରିୟା, ନିଶାଦ୍ରବ୍ୟ ପ୍ରୟୋଗର ଷଡଯନ୍ତ୍ର , ଆର୍ଥିକ ହେରଫେର୍ , ଡିଜିଟାଲ ପ୍ରମାଣ ନଷ୍ଟ ସମ୍ପର୍କିତ ତଦନ୍ତ ଦାବି କରାଯାଇଛି। ପ୍ରଶାନ୍ତ ବେହେରା, ଲୁଲୁ ମହାନ୍ତି , ଜଗଦିଶ ମହାନ୍ତିଙ୍କ ଭୂମିକା ସନ୍ଦେହଜନକ ବୋଲି ଉଲ୍ଲେଖ ରହିଛି। ଏଥିସହ ଆଉ କିଛି ନିକଟ ସମ୍ପର୍କିୟ ଶ୍ରେୟା ମିଶ୍ର ଓ ତାଙ୍କ ପରିବାର, ଅର୍ପିତା ଚୌଧୁରୀ ଓ ତାଙ୍କ ପରିବାର ନାଁ ମଧ୍ୟ ଏତଲାରେ ସେ ଉଲ୍ଲେଖ କରିଛନ୍ତି। ଏପରିକି ଅର୍ପିତାଙ୍କ ସମ୍ପତ୍ତିକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି।
Powered by Froala Editor