ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହଁ ପରିସ୍ଥିତି, ୧୬୩ ଧାରା ଜାରି
କେନ୍ଦ୍ରାପଡା : ଜଙ୍ଗଲ କିସମ ଜମିରେ ଧାନ କଟାକୁ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ପେଟଛିଲା ଗାଁରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ୨ଦିନ ହେବ ମୁହାଁମୁହଁ ପରିସ୍ଥିତି ଉପୁଜିଛି । ସ୍ଥିତିରେ ସୁଧାର ଆଣିବା ଲାଗି ପ୍ରଶାସନ ବିଏନ୍ଏସ୍ ୧୬୩ ଧାରା ଜାରି କରିଛି।
ସୂଚନା ଅନୁସାରେ, ଗାଁର କିଛି ବଙ୍ଗଭାଷୀ ଭାଗ ଚାଷୀ ବାପା ଜେଜେବାପା ଅମଳରୁ ସେଠାରେ ଚାଷ କରି ପରିବାର ପ୍ରତି ପୋଷଣ କରୁଥିଲେ । ଏବେ ସେହି ଜମିକୁ କିଛି ବ୍ୟକ୍ତି କିଣିଛନ୍ତି ବୋଲି ପ୍ରଶାସନ ତରଫରୁ ନୋଟିସ ଲଗାଯାଇଛି । ତେବେ ଭାଗ ଚାଷୀ ମାନେ ଉକ୍ତ ଜମିରୁ ଧାନ କାଟୁଥିବା ସମୟରେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ସେମାନଙ୍କୁ ବାରଣ କରିଥିଲା । ହେଲେ ସେମାନେ ନମାନିବାରୁ ପୁଲିସ ଉପସ୍ଥିତିରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା ।
Powered by Froala Editor