Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, September 01, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଏଆଇ ବହୁତ ଶୀଘ୍ର ମଣିଷ ଭଳି ଚିନ୍ତା କରିବାର ...

  • ଇରାନୀ ରକେଟ୍ ଲଞ୍ଚରଗୁଡ଼ିକ ଉପରେ ଆକ୍ରମଣ ...

  • ନେପାଳରେ ଭୟାବହ ବନ୍ୟା: ୧ ହଜାର ପାର୍‌ କଲା ...

  • ଝିଅର ଭବିଷ୍ୟତ ପାଇଁ ମାରାଥନରେ ଦୌଡ଼ିଲେ ...

  • ଫୁଟବଲରୁ ସନ୍ନ୍ୟାସ ଘୋଷଣା କଲେ ମେସି, ...

  • ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ

  • ବଢିଲା କମର୍ସିଆଲ ଏଲପିଜି ସିଲିଣ୍ଡର ଦର

  • ୧୨ ବର୍ଷ ସେବା ପରେ ଅବସର ନେଲେ ମେଜର ରିଷଭ ...

  • ଇରାନ ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦୀ

  • ଏକ୍ସପ୍ରେସ୍‌ ଟ୍ରେନରେ ଖଣ୍ଡବିଖଣ୍ଡ ...

ରାଜ୍ୟ
Home ›› ରାଜ୍ୟ ››ଦୁଃଖଦ ଘଟଣା: ଛାତ୍ରାବାସରେ ରହି ପାଠ ପଢୁଥିବା ଚତୁର୍ଥ ଶ୍ରେଣୀ ଛାତ୍ରର ଅକାଳ ବିୟୋଗ

ଦୁଃଖଦ ଘଟଣା: ଛାତ୍ରାବାସରେ ରହି ପାଠ ପଢୁଥିବା ଚତୁର୍ଥ ଶ୍ରେଣୀ ଛାତ୍ରର ଅକାଳ ବିୟୋଗ

2025-12-20 04:56:00
14851
Share:
Facebook
Twitter
E-Mail
WhatsApp
Telegram
ଦୁଃଖଦ ଘଟଣା: ଛାତ୍ରାବାସରେ ରହି ପାଠ ପଢୁଥିବା ଚତୁର୍ଥ ଶ୍ରେଣୀ ଛାତ୍ରର ଅକାଳ ବିୟୋଗ

ଗୁଣପୁର: ରାୟଗଡା ଜିଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଗୁଲୁଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଦୁଃଖଦ ଘଟଣା ଘଟିଛି। ଛାତ୍ରାବାସରେ ରହି ପାଠ ପଢୁଥିବା ଏକ ଚତୁର୍ଥ ଶ୍ରେଣୀର ଛାତ୍ରର ଅକାଳ ବିୟୋଗ ଘଟିଛି। ମଙ୍ଗଳବାର ଘଟିଥିବା ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଗତ କିଛିଦିନ ହେବ ଅନିମେଶ(ଛଦ୍ମନାମ) ଅସୁସ୍ଥତା ଅନୁଭବ କରୁଥିଲା। ପରବର୍ତ୍ତୀ ସମୟରେ ସେ ‘ମୂର୍ଚ୍ଛା ରୋଗରେ ଆକ୍ରାନ୍ତ ହୋଇଥିଲା। ବିଳମ୍ବରେ ହେଲେ ମଧ୍ୟ ବିଦ୍ୟାଳୟ କର୍ତ୍ତୃପକ୍ଷ ତାକୁ ପ୍ରଥମେ ତେମ୍ବାଗୁଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାକୁ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଡାକ୍ତର ତାକୁ ଉତ୍ତମ ଚିକିତ୍ସା ପାଇଁ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିଲେ। ଛାତ୍ରଜଣକ ଗୁରୁତର ଥିବା ସତ୍ତ୍ୱେ ବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କୁ ଉତ୍ତମ ଚିକିତ୍ସା କରାଇବା ପରିବର୍ତ୍ତେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଅନିମେଶଙ୍କ ବାପା-ମାଆ ପୁଅକୁ ଚେରମୂଳି ଚିକିତ୍ସା କରାଇବା ପାଇଁ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ସେଠାରେ ଉପସ୍ଥିତ ସ୍କୁଲ କର୍ତ୍ତୃପକ୍ଷ ଡାକ୍ତରୀ ଚିକିତ୍ସାର ଗୁରୁତ୍ୱ ବିଷୟରେ ସେମାନଙ୍କୁ ବୁଝାଇନଥିଲେ। ଜଣେ ଗୁରୁତର ଅସୁସ୍ଥ ଛାତ୍ରଙ୍କୁ ଅନ୍ଧବିଶ୍ୱାସ ଭରସାରେ କିପରି ଛାଡ଼ି ଦେଲେ ତାହାକୁ ନେଇ ପ୍ରଶ୍ନ ଉଠିଛି। ଉଚିତ ସମୟରେ ଉପଯୁକ୍ତ ପରାମର୍ଶ ଓ ଚିକିତ୍ସା ମିଳିନଥିବାରୁ ଶେଷରେ ଘରେ ହିଁ ପିଲାଟିର ମୃତ୍ୟୁ ଘଟିଛି। 

ହଷ୍ଟେଲରେ ରହୁଥିବା ଅନ୍ତେବାସୀଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି କି ନାହିଁ ଏବଂ ଜଣେ ଅସୁସ୍ଥ ଛାତ୍ରଙ୍କ ଜୀବନ ପ୍ରତି ଏତେ ଅବହେଳା କିପରି କରାଗଲା, ତାହା ତଦନ୍ତ ସାପେକ୍ଷ। ଖବର ପାଇ ମଙ୍ଗଳବାର ପଦ୍ମପୁର ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଅର୍ଚ୍ଚନା ପଣ୍ଡା ଏବଂ ଅତିରିକ୍ତ ଶିକ୍ଷା ଅଧିକାରୀ ଚନ୍ଦ୍ରସେନ ଲିମା ଗୁଲୁଗୁଡା ଗସ୍ତ କରି ଘଟଣାର ପ୍ରାଥମିକ ଅନୁଧ୍ୟାନ କରିଥିଲେ।

Powered by Froala Editor

Tags Dead

Related articles Odisha News Lens 4.1

  • ନେପାଳରେ ଭୟାବହ ବନ୍ୟା: ୧ ହଜାର ପାର୍‌ କଲା ମୃତ୍ୟୁସଂଖ୍ୟା
    ଦେଶ-ଦେଶାନ୍ତର

    ନେପାଳରେ ଭୟାବହ ବନ୍ୟା: ୧ ହଜାର ପାର୍‌ କଲା ମୃତ୍ୟୁସଂଖ୍ୟା

    14234
    Sep 01, 2026
  • ଏଆଇ ବହୁତ ଶୀଘ୍ର ମଣିଷ ଭଳି ଚିନ୍ତା କରିବାର ସାମର୍ଥ୍ୟ ପାଇବ: ଏଲନ ମସ୍କ
    ଦେଶ-ଦେଶାନ୍ତର

    ଏଆଇ ବହୁତ ଶୀଘ୍ର ମଣିଷ ଭଳି ଚିନ୍ତା କରିବାର ସାମର୍ଥ୍ୟ ପାଇବ: ଏଲନ ମସ୍କ

    14186
    Sep 01, 2026
  • ଇରାନୀ ରକେଟ୍ ଲଞ୍ଚରଗୁଡ଼ିକ ଉପରେ ଆକ୍ରମଣ କଲା ଆମେରିକା
    ଦେଶ-ଦେଶାନ୍ତର

    ଇରାନୀ ରକେଟ୍ ଲଞ୍ଚରଗୁଡ଼ିକ ଉପରେ ଆକ୍ରମଣ କଲା ଆମେରିକା

    14050
    Sep 01, 2026
  • ୧୨ ବର୍ଷ ସେବା ପରେ ଅବସର ନେଲେ ମେଜର ରିଷଭ ସିଂହ ସାମ୍ବ୍ୟାଲ
    ଦେଶ-ଦେଶାନ୍ତର

    ୧୨ ବର୍ଷ ସେବା ପରେ ଅବସର ନେଲେ ମେଜର ରିଷଭ ସିଂହ ସାମ୍ବ୍ୟାଲ

    13749
    Sep 01, 2026
  • ଝିଅର ଭବିଷ୍ୟତ ପାଇଁ ମାରାଥନରେ ଦୌଡ଼ିଲେ ରମାବାଈ
    ଦେଶ-ଦେଶାନ୍ତର

    ଝିଅର ଭବିଷ୍ୟତ ପାଇଁ ମାରାଥନରେ ଦୌଡ଼ିଲେ ରମାବାଈ

    13359
    Sep 01, 2026
  • ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ
    ଦେଶ-ଦେଶାନ୍ତର

    ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ

    14027
    Sep 01, 2026
  • ଏକ୍ସପ୍ରେସ୍‌ ଟ୍ରେନରେ ଖଣ୍ଡବିଖଣ୍ଡ ମୃତଦେହକୁ ସୁଟକେସରେ ଛାଡିବା ଘଟଣା: ମଣିପୁରରୁ ...
    ଦେଶ-ଦେଶାନ୍ତର

    ଏକ୍ସପ୍ରେସ୍‌ ଟ୍ରେନରେ ଖଣ୍ଡବିଖଣ୍ଡ ମୃତଦେହକୁ ସୁଟକେସରେ ଛାଡିବା ଘଟଣା: ମଣିପୁରରୁ ...

    13955
    Aug 31, 2026
  • ଫୁଟବଲରୁ ସନ୍ନ୍ୟାସ ଘୋଷଣା କଲେ ମେସି, ଜାଣନ୍ତୁ ସେ କେତେ ସମ୍ପତ୍ତିର ଅଧିକାରୀ
    ଖେଳ ଖବର

    ଫୁଟବଲରୁ ସନ୍ନ୍ୟାସ ଘୋଷଣା କଲେ ମେସି, ଜାଣନ୍ତୁ ସେ କେତେ ସମ୍ପତ୍ତିର ଅଧିକାରୀ

    14062
    Sep 01, 2026
  • ବଢିଲା କମର୍ସିଆଲ ଏଲପିଜି ସିଲିଣ୍ଡର ଦର
    ଦେଶ-ଦେଶାନ୍ତର

    ବଢିଲା କମର୍ସିଆଲ ଏଲପିଜି ସିଲିଣ୍ଡର ଦର

    14473
    Sep 01, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଖେଳ ଖବର

    ଫୁଟବଲରୁ ସନ୍ନ୍ୟାସ ଘୋଷଣା କଲେ ମେସି, ଜାଣନ୍ତୁ ସେ କେତେ ସମ୍ପତ୍ତିର ଅଧିକାରୀ

    14062
    Sep 01, 2026
  • ଦେଶ-ଦେଶାନ୍ତର

    ଇରାନୀ ରକେଟ୍ ଲଞ୍ଚରଗୁଡ଼ିକ ଉପରେ ଆକ୍ରମଣ କଲା ଆମେରିକା

    14050
    Sep 01, 2026
  • ଦେଶ-ଦେଶାନ୍ତର

    ଏକ୍ସପ୍ରେସ୍‌ ଟ୍ରେନରେ ଖଣ୍ଡବିଖଣ୍ଡ ମୃତଦେହକୁ ସୁଟକେସରେ ଛାଡିବା ଘଟଣା: ମଣିପୁରରୁ ଗିରଫ ହେଲେ ଦମ୍ପତି

    13955
    Aug 31, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17064
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17705
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17735
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18135
    Sep 06, 2023

ବିଶେଷ

  • କଞ୍ଚାକଦଳୀ ଖାଇବା ଶରୀର ପାଇଁ ଲାଭଦାୟକ, ଭରି ରହିଛି ଏହିସବୁ ଗୁଣ

    14102
    Aug 31, 2026
  • ଛାତି ଯନ୍ତ୍ରଣା ହୋଇଥାଏ ଏହିସବୁ ରୋଗର ଲକ୍ଷଣ

    14716
    Aug 30, 2026
  • ରାକ୍ଷୀ ବାନ୍ଧିବାର ଉଚିତ୍ ସମୟ ଜାଣନ୍ତୁ.....

    14670
    Aug 27, 2026
  • ମୂଷାମାନେ କିପରି ଘରୁ ବାହାରିବେ ଜାଣନ୍ତୁ ଟିପ୍ସ

    14009
    Aug 26, 2026
  • ବିନା ମୋଜାରେ ଜୋତା ପିନ୍ଧିଲେ ଶରୀର ଉପରେ ପଡିଥାଏ କୁପ୍ରଭାବ

    15395
    Aug 24, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ଜ୍ୟୋତି ଅଧୀନରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ ଜିଲ୍ଲାର ୨୨,୦୦୦ ପରିବାରକୁ ସୌର ଶକ୍ତି ଚାଳିତ ଆଲୋକ ପ୍ରଦାନ କରୁଛି

ସମସ୍ତଙ୍କ ପାଇଁ ସୁରକ୍ଷା, ଗତିଶୀଳତା ଏବଂ ଯୋଗାଯୋଗରେ ଉନ୍ନତି ଆଣିବା ଲାଗି ଏକ ସ୍ୱଚ୍ଛ-ଶକ୍ତି ପଦକ୍ଷେପ

ଭୁବନେଶ୍ୱର, ୨୫/୦୮/୨୦୨୬: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ କୋ ...

  • ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି

    14462
    Aug 21, 2026
  • ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତିର ପଥେ

    15991
    Aug 19, 2026
  • ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

    14034
    Aug 13, 2026
  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

    14297
    Aug 12, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବଢିଲା କମର୍ସିଆଲ ଏଲପିଜି ସିଲିଣ୍ଡର ଦର

    14473
    Sep 01, 2026
  • ଏଆଇ ବହୁତ ଶୀଘ୍ର ମଣିଷ ଭଳି ଚିନ୍ତା କରିବାର ସାମର୍ଥ୍ୟ ପାଇବ: ଏଲନ ମସ୍କ

    14186
    Sep 01, 2026
  • ଇରାନ ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦୀ

    15411
    Aug 31, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In