ଆଜି ସମ୍ବଲପୁର ବନ୍ଦ ପାଳନ
ଭୁବନେଶ୍ବର: ଆଜି ସମ୍ବଲପୁର ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଖରିଫ ଧାନ କିଣାରେ ଅବ୍ୟବସ୍ଥା ଅଭିଯୋଗରେ ଏହି ବନ୍ଦ ପାଳନ ହେଉଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ଆନ୍ଦୋଳନରେ ଶହ ଶହ ସଂଖ୍ୟାରେ ଚାଷୀମାନେ ସାମିଲ ହେଉଛନ୍ତି । ସହରରେ ଦୋକାନ ବଜାର, ସ୍କୁଲ କଲେଜ ସବୁ ବନ୍ଦ କରିବାକୁ ଚାଷୀଭାଇ ମାନେ ନିବେଦନ କରିଛନ୍ତି । ବନ୍ଦରୁ ଜାତୀୟ ରାଜପଥ ଓ ରେଳ ରୋକକୁ ବାଦ ଦିଆଯାଇଛି । ବାରମ୍ବାର ଆନ୍ଦୋଳନ କରିବା ପରେ ମଧ୍ୟ ସରକାର ସେମାନଙ୍କ ଦାବି ଶୁଣୁନଥିବାରୁ ଚାଷୀମାନେ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ।
Powered by Froala Editor