ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ
ପୁରୀ: ପୁଣି ଶ୍ରୀମନ୍ଦିର ସୁରକ୍ଷା ଉପରେ ବଡ଼ ପ୍ରଶ୍ନବାଚୀ । ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ଫଟୋ । ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଆଶୀର୍ବାଦ ୯୪୫ ନାମକ ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଭିତର ଫଟୋକୁ ଭାଇରାଲ କରିଛନ୍ତି । ରତ୍ନ ସିଂହାସନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋ ଭାଇରାଲ ହୋଇଛି । ଅତି ନିକଟରୁ ଫଟୋ ନିଆଯାଇଥିବା ଦେଖିବାକୁ ମିଳିଛି । ବ୍ୟକ୍ତି ଜଣକ କିଭଳି ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇଛନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।
ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ୍ ନେବା ଉପରେ କଟକଣା ରହିଛି । ଏଥିପାଇଁ ଭକ୍ତଙ୍କୁ ସଚେତନ କରିବା ଲାଗି ଚାରିଦ୍ୱାରରେ ସୂଚନା ଫଳକ ମଧ୍ୟ ଲଗାଯାଇଛି । ଏମିତିକି ମଝିରେ ମଝିରେ ଡାକବାଜି ଯନ୍ତ୍ର ଯୋଗେ ମଧ୍ୟ ମୋବାଇଲ ନେବାକୁ ବାରଣ କରାଯାଉଛି । ଚାରିଦ୍ୱାରରେ ପୋଲିସ ମୋବାଇଲ ଫୋନ୍ ଯାଞ୍ଚ କରି ଭକ୍ତଙ୍କୁ ଭିତରକୁ ଛାଡୁଛି । ଏହାସତ୍ତ୍ବେ ଭିତରକୁ ମୋବାଇଲ ଯାଉଛି କିପରି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
Powered by Froala Editor