ଥିରୁଅନନ୍ତପୁରମ୍ ପୌର ନିର୍ବାଚନ: ବିଜେପିକୁ ମିଳିଛି ବଡ଼ ଧରଣର ବିଜୟ
ନୂଆଦିଲ୍ଲୀ: କେରଳ ରାଜନୀତିରେ ଝଡ଼। ଥିରୁଅନନ୍ତପୁରମ୍ ପୌର ନିର୍ବାଚନରେ ବିଜେପିକୁ ମିଳିଛି ବଡ଼ ଧରଣର ବିଜୟ। ଏହି ଐତିହାସିକ ବିଜୟ ସହ ଲେଫ୍ଟ ଡେମୋକ୍ରାଟିକ୍ ଫ୍ରଣ୍ଟ ବା ଏଏଲଡିଏଫ୍ କ୍ଷମତାଚ୍ୟୁତ ହୋଇଛି। ଏହା ହେଉଛି ସେହି ପୌର ନିଗମ, ଯେଉଁଠି ଏଲଡିଏଫ୍ ଗତ ୪ ଦଶକରୁ ଅଧିକ ସମୟ ପର୍ଯ୍ୟନ୍ତ ଲଗାତାର କ୍ଷମତାରେ ରହିଥିଲା। ରାଜଧାନୀରେ ଏହି କ୍ଷମତା ପରିବର୍ତ୍ତନ ବାମ ଦଳ ପାଇଁ ବଡ଼ ଧରଣର ରାଜନୈତିକ ଝଟକା ବୋଲି କୁହାଯାଉଛି।
ଥିରୁଅନନ୍ତପୁରମ୍ ନା କେବଳ କେରଳର ପ୍ରଶାସନିକ ରାଜଧାନୀ ବଂର, ରାଜନୈତିକ ଦୃଷ୍ଟିକୋଣରୁ ଖୁବ୍ ଗୁରୁତ୍ବପୂର୍ଣ୍ଣ। ଏହି ଲୋକସଭା ଆସନରୁ କଂଗ୍ରେସର ବରିଷ୍ଠ ନେତା ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶଶି ଥରୁର ଲଗାତାର ୪ ଥର ସାଂସଦ ହୋଇସାରିଛନ୍ତି। ଏଭଳି ସ୍ଥିତିରେ ପୌର ନିର୍ବାଚନରେ ବିଜେପିର ବିଜୟ ରାଜ୍ୟ ରାଜନୀତିରେ ନୂଆ ସମୀକରଣକୁ ଜନ୍ମ ଦେଇଛି।ରାଜନୀତି ବିଶ୍ଲେଷକଙ୍କ ମତରେ ଏହି ବିଜୟ ବିଧାନସଭା ନିର୍ବାଚନରେ ୨-୩ ଆସନରେ ଜିତିବାଠାରୁ ଖୁବ୍ ପ୍ରଭାବଶାଳୀ। ଥିରୁଅନନ୍ତପୁରମ୍ ଭଳି ବଡ଼ ସହରରେ ମ୍ୟୁନିସପାଲିଟି ନିର୍ବାଚନ ଜିତିବା ଏକ ପରିବର୍ତ୍ତନ ଆଡକୁ ଦର୍ଶାଉଛି। ସହରୀ ମତଦାତା ରାଜନୈତିକ ଧ୍ରୁବୀକରଣରୁ ଅଲଗା ହୋଇ ବିକଳ୍ପ ବାଟ ଖୋଜୁଛନ୍ତି। ଏହି ପରିବର୍ତ୍ତନ ବିଶେଷ ଭାବରେ ସେହି ରାଜ୍ୟ ପାଇଁ ଖୁବ୍ ଗୁରୁତ୍ବପୂର୍ଣ୍ଣ, ଯେଉଁଠି ଏପର୍ଯ୍ୟନ୍ତ ମୁକାବିଲା ମୁଖ୍ୟ ରୂପରେ ଏଲଡିଏଫ୍ ଓ ୟୁଡିଏଫ୍ ଭିତରେ ସୀମିତ ରହିଛି।ଏହି ବିଜୟକୁ ବିଜେପି ଐତିହାସିକ ଓ ନିର୍ଣ୍ଣାୟକ ଜନାଦେଶ ବୋଲି କହିଛି।
Powered by Froala Editor