ନେଉଳ ପାଇଁ ଗଣ୍ଡଗୋଳ, ଖଣ୍ଡା ଚୋଟରେ ବୃଦ୍ଧ ମୃତ
ବ୍ରହ୍ମପୁର: ବୃଦ୍ଧଙ୍କୁ ଖଣ୍ଡାରେ ହାଣି ହତ୍ୟା କଲା ପଡୋଶୀ। ଗଞ୍ଜାମ ଜିଲ୍ଲା କବିସୂର୍ୟ୍ୟନଗର ଥାନା ପଥରାପଲ୍ଲୀ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣଙ୍କ ହେଉଛନ୍ତି କୃଷ୍ଣଚନ୍ଦ୍ର ମହାନ୍ତି (୬୦ ବର୍ଷ)।
ଶୁକ୍ରବାର କୃଷ୍ଣଚନ୍ଦ୍ର ଘରେ ଚିକେନ୍ ରଖିଥିବା ବେଳେ ପଡ଼ୋଶୀ ନାରାୟଣ ଦାସଙ୍କ ପୋଷା ନେଉଳ ଖାଇ ଦେଇଥିଲା। ନେଉଳକୁ ବାନ୍ଧି ରଖିବାକୁ କୃଷ୍ଣଚନ୍ଦ୍ର କହିଥିଲେ। ଶନିବାର ସକାଳ ପ୍ରାୟ ୮ଟାରେ ନେଉଳ ପୁଣି କୃଷ୍ଣଚନ୍ଦ୍ରଙ୍କ ଘରେ ପଶିବାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ନାରାୟଣ ଏକ ଖଣ୍ଡାରେ କୃଷ୍ଣଚନ୍ଦ୍ରଙ୍କ ମୁଣ୍ଡକୁ ହାଣି ଦେଇଥିଲା। ଫଳରେ ଘଟଣାସ୍ଥଳରେ କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା। ଘଟଣା ପରେ ଅଭିଯୁକ୍ତ ନାରାୟଣ ଦାସ ଫେରାର୍ ହୋଇଯାଇଛି।
Powered by Froala Editor