ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ
ଭୁବନେଶ୍ୱର:ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ। ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଖେଇ ଆସିଥିବା ବେଳେ ବିଦ୍ୟାଳୟରେ ପାଠ ପଢ଼ାଇବା ବଦଳରେ ଦାବି ପୂରଣ ପାଇଁ ଶିକ୍ଷକମାନେ ରାଜରାସ୍ତାରେ ବସିଛନ୍ତି। ପ୍ରାଥମିକ ଶିକ୍ଷକ ସଂଘର ଆହ୍ବାନକ୍ରମେ ୨ ଦଫା ଦାବି ନେଇ ଶୁକ୍ରବାର ଶିକ୍ଷୟିତ୍ରୀଶିକ୍ଷକମାନେ ଗାନ୍ଧୀ ମାର୍ଗରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦାବି ପୂରଣ ନ ହେବା ପର୍ୟ୍ୟନ୍ତ ଶିକ୍ଷକମାନେ ସମୂହ ଛୁଟିରେ ରହି ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ମହାସଂଘର ଆବାହକ ରାମଲାଲ ପଟେଲ କହିଛନ୍ତି।
ଦାବି ସମ୍ପର୍କରେ ସେ କହିଛନ୍ତି, ରାଜ୍ୟ ସରକାର ପ୍ରାଥମିକ ଶିକ୍ଷକଙ୍କ ମୂଳ ପଦବୀକୁ ଅପ୍ଗ୍ରେଡ କରି ଲେବୁଲ ୯ ଅନୁଯାୟୀ ମୂଳ ବେତନ ୩୫,୪୦୦ଟଙ୍କା ପ୍ରଦାନ କରନ୍ତୁ। ସେହିପରି ୨୦୦୧ରୁ ଏପର୍ୟ୍ୟନ୍ତ କାର୍ୟ୍ୟରତ ସମସ୍ତ ଶିକ୍ଷକଙ୍କ କାର୍ୟ୍ୟକାଳକୁ ଠିକା କାର୍ୟ୍ୟରୁ ଉଚ୍ଛେଦ କରି ମୂଳ ଚାକିରିରେ ଗଣନା କରିବା ସହିତ ୬ଟି ନୋଶନାଲ ଇନକ୍ରିମେଣ୍ଟ ପ୍ରଦାନ କରିବାକୁ ଶିକ୍ଷୟିତ୍ରୀଶିକ୍ଷକମାନେ ଦାବି କରିଆସୁଛନ୍ତି।
Powered by Froala Editor