ଓଡ଼ିଶାରେ ୧ଶହ କୋଟି ଟଙ୍କା ମିଲ ମାଲିକଙ୍କ ଠାରୁ ଲୁଟ୍ ହେଉଛି
ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ ୧ଶହ କୋଟି ଟଙ୍କା ମିଲ ମାଲିକଙ୍କ ଠାରୁ ଲୁଟ୍ ହୋଇଛି । ଏହାର ତଦନ୍ତ ପାଇଁ ଗୁରୁବାର ଲୋକସଭା ଶୂନ୍ୟକାଳରେ ଦାବି କରିଛନ୍ତି ବରଗଡ ସାଂସଦ ପ୍ରଦୀପ ପୁରୋହିତ ।
ସାଂସଦ ପୁରୋହିତ କହିଛନ୍ତି ଯେ ରାଜ୍ୟରେ ବାର୍ଷିକ ୬୦ଲକ୍ଷ ଟନ ଚାଉଳ ଉତ୍ପାଦନ ହୁଏ । ମିଲ ଜରିଆରେ ଉତ୍ପାଦିତ ଚାଉଳ ଏଫସିଆଇକୁ ଯାଇଥାଏ । ଏଥିପାଇଁ ପ୍ରତି ୨୫୦କ୍ୱିଣ୍ଟାଲରେ ଗୋଟିଏ ଲଟ୍ ବନାଯାଇଥାଏ ଏବଂ ପ୍ରତି ଲଟରୁ ଏଫସିଆଇ ଅଧିକାରୀ ୩ହଜାର ୫ଶହ ଟଙ୍କା ବିନା ରସିଦରେ ନେଇଥାନ୍ତି । ଏପରି ଦେଖିବାକୁ ଗଲେ ବାର୍ଷିକ ୧ଶହ କୋଟି ଟଙ୍କା ଲୁଟ୍ ହେଉଛି ବୋଲି ସାଂସଦ ପୁରୋହିତ ସିଧାସଳଖ ଅଭିଯୋଗ କରିଛନ୍ତି ।
Powered by Froala Editor