ଓଡ଼ିଶା ଗସ୍ତ ସାରି ଦିଲ୍ଳୀ ଫେରିଗଲେ ରାଷ୍ଟ୍ରପତି
ଭୁବନେଶ୍ୱର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତ ସାରି ଆଜି ସକାଳୁ ଦିଲ୍ଳୀ ଫେରିଯାଇଛନ୍ତି। ଭୁବନେଶ୍ବର କମିଶେନରରେଟ୍ ପୁଲିସ ପକ୍ଷରୁ କଡା ସୁରକ୍ଷାରେ ରାଜଭବନରୁ ବାହାରିଥିଲେ ରାଷ୍ଟ୍ରପତି । ଏୟାରପୋର୍ଟରେ ରାଷ୍ଟ୍ରପତିଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ ରାଜ୍ୟପାଳ ହରିବାବୁ କମ୍ବମ୍ପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଓ କନକବର୍ଦ୍ଧନ ସିଂହ ଦେଓ, ବାଚସ୍ପତି ସୁରମା ପାଢୀ ପ୍ରମୁଖ ।
ରାଷ୍ଟ୍ରପତି ବିମାନବନ୍ଦର ଯିବାବେଳେ ରାଜଭବନ ଛକରୁ ଏୟାରପୋର୍ଟ ଛକ ଯାଏଁ ୨୩ ପ୍ଳାଟୁନ ଫୋର୍ସ ନିଯୋଜିତ କରାଯାଇଥିଲା । ଏହାସହ ରାଜଭବନ ଛକରୁ ଏୟାରପୋର୍ଟ ଛକ ଯାଏଁ ସକାଳ ୯ ଘଟିକାରୁ ସକାଳ ୯.୩୦ ମିନିଟ୍ ପର୍ଯ୍ୟନ୍ତ ଯାତାୟତ ପଥକୁ ବନ୍ଦ କରାଯାଇଛି । ଗତକାଲି ପ୍ରଥମ କରି ଓଡ଼ିଶା ବିଧାନସଭାରେ ଶୀତକାଳୀନ ଅଧିବେଶନକୁ ସମ୍ବୋଧିତ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ଗତକାଲି ରାଷ୍ଟ୍ରପତି ବିଧାନସଭାରେ ନିଜର ଅଭିଭାଷଣରେ କହିଥିଲେ ଯେ ଗାଆଁ ରୁ ଆସିଥିଲି ସାଧାରଣ ଝିଅ ହୋଇ । ଏଗୃହ ମତେ ସବୁ ଶିଖେଇଛି । ବିଷୟ ଉପସ୍ଥାପନ, କଥା କହିବା ଏ ଗୃହ ଶିଖେଇଥିଲା । ଆଜି ମୁଁ ଯାହା ହୋଇଛି ଏ ଗୃହ ପାଇଁ । ଏଗୃହକୁ କୋଟି କୋଟି ପ୍ରଣାମ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
Powered by Froala Editor