ସାନିଆଙ୍କୁ ମିଳିଲା ଦୁବାଇ ଗୋଲ୍ଡେନ ଭିସା
ଦୁବାଇରୁ ଗୋଲ୍ଡେନ ଭିସା ପାଇଛନ୍ତି ଭାରତୀୟ ଟେନିସ ଷ୍ଟାର୍ ସାନିଆ ମିର୍ଜା । ଗୋଲ୍ଡେନ ଭିସା ପାଇବାରେ ସାନିଆ ତୃତୀୟ ଭାରତୀୟ । ୧୦ ବର୍ଷ ପର୍ଯ୍ୟନ୍ତ ଗୋଲ୍ଡେନ ଭିଜା ପାଇବା ପରେ ସାନିଆ ପରିଚୟ ଏବଂ ଫେଡେରାଲ ଅଥରିଟି ଶେଖ ମହମ୍ମଦ ବିନ ରସିଦଙ୍କୁ ଧନ୍ୟବାଦ ଦେଇଛନ୍ତି । ଏନେଇ ସାନିଆ କହିଛନ୍ତି, ଦୁବାଇ ମୋର ଅତି ପ୍ରିୟ ସ୍ଥାନ । ଏଠାରେ ମୁଁ ମୋର ଦ୍ୱିତୀୟ ଘର ଭାବେ ରହିବାକୁ ଚାହୁଁଛି ବୋଲି ସାନିଆ କହିଛନ୍ତି । ପୂର୍ବରୁ ବଲିଉଡ ଷ୍ଟାର୍ ଶାହାରୁଖ ଖାନ୍ ଓ ସଞ୍ଜୟ ଦତ୍ତଙ୍କୁ ଏହି ଭିସା ମିଳିଛି ।
Powered by Froala Editor