ଏସବିଆଇ ଗ୍ରାହକ ହୋଇଥିଲେ ଜାଣିରଖନ୍ତୁ ଏହି କଥା
ନୂଆଦିଲ୍ଲୀ: ନିରବଚ୍ଛିନ୍ନ ସେବା ପାଇଁ ପାନ-ଆଧାର ଲିଙ୍କ କରାଇନେବା ନିମନ୍ତେ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଏହାର ଗ୍ରାହକମାନଙ୍କୁ କହିଛି । ଏଥିସହ ଗ୍ରାହକଙ୍କୁ ସତର୍କ କରାଇ ଏସବିଆଇ କହିଛି ଯେ ଯଦି ଏହି ଦୁଇଟି ଡକୁ୍ୟମେଣ୍ଟକୁ ପରସ୍ପର ସହ ଲିଙ୍କ କରାନଯାଏ, ତେବେ ପାନ ଅକାମୀ ହୋଇଯିବ ଏବଂ ନିର୍ଦ୍ଧିଷ୍ଟ ତଥା ଗୁରୁତ୍ୱପୂର୍ଣ୍ଣ ଦେଣନେଣ ପାଇଁ ଏହାକୁ ଆଉ ବ୍ୟବହାର କରାଯାଇପାରିବ ନାହିଁ । ଉଲ୍ଲେଖଯୋଗ୍ୟ, ଆଧାର ସହ ପାନକୁ ଲିଙ୍କ କରାଇବାର ଶେଷ ସମୟ ସୀମାକୁ କେନ୍ଦ୍ର ସରକାର ଗତ ମାସରେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ପୂର୍ବରୁ ଏହି ସମୟ ସୀମା ମାର୍ଚ୍ଚ ୩୧ ଥିଲା ।
Powered by Froala Editor