ଆଜି ମୁଖ୍ୟମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତ
ଭୁବନେଶ୍ୱର: ମୁମ୍ବାଇରେ ଅକ୍ଟୋବର ୨୭ ରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଇଣ୍ଡିଆ ମେରିଟାଇମ୍ ସପ୍ତାହ ୨୦୨୫ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆଜି ମୁମ୍ବାଇ ଗସ୍ତ କରୁଛନ୍ତି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଉଦଘାଟନୀ ଅଧିବେଶନରେ ସମ୍ମାନିତ ଅତିଥି ଭାବରେ ଯୋଗଦେବେ । ଏବଂ ପରେ ଅପରାହ୍ନରେ ଓଡ଼ିଶା ସ୍ୱତନ୍ତ୍ର ଅଧିବେଶନରେ ଯୋଗଦେବେ।
ଓଡ଼ିଶା ସରକାରଙ୍କ ଏକ ପ୍ରତିନିଧିମଣ୍ଡଳୀ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ମୁମ୍ବାଇରେ ପହଞ୍ଚି ସାରିଛନ୍ତି। ଏହି ସମ୍ମିଳନୀ ଭାରତର ବର୍ଦ୍ଧିତ ସାମୁଦ୍ରିକ କ୍ଷେତ୍ରରେ ସହଯୋଗ ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ରଖିଛି। ।
Powered by Froala Editor