୨ଆତଙ୍କବାଦୀ ନିହତ
ଶ୍ରୀନଗର: ଜମ୍ମୁ କାଶ୍ମୀରରେ ନିରାପତ୍ତା ବାହିନୀ ସହିତ ଗୁଳି ବିନିମୟରେ ଲସ୍କର ଇ ତଇବାର ଜଣେ କୁଖ୍ୟାତ କମାଣ୍ଡରଙ୍କ ସମେତ ୨ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ସୋମବାର ପ୍ରତ୍ୟୁଷରେ ସୋପିଆନ ଅଞ୍ଚଳରେ ଏହି ଗୁଳି ବିନିମୟ ଘଟଣା ଘଟିଥିଲା। ନିହତ ଲସ୍କର ଇ ତଇବା କମାଣ୍ଡର ଇଶଫାକ୍ ଦର ଓରଫ ଆବୁ ଆକ୍ରମ ବୋଲି ଚିହ୍ନଟ କରାଯାଇଛି । ସୁରକ୍ଷା ବାହିନୀ ସହିତ ଗୁଳି ବିନିମୟରେ ଅନ୍ୟଜଣେ ଆତଙ୍କି ମଧ୍ୟ ପ୍ରାଣ ହରାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ ସୋପିଆନର ଚେକ୍ ସାଦିନ ଖାଁ ଅଞ୍ଚଳରେ ଆତଙ୍କବାଦି ଲୁଚି ରହିଥିବା ଖବର ରବିବାର ରାତିରେ ମିଳିବା ପରେ ସୁରକ୍ଷ ବାହିନୀ ଯବାନମାନେ ଉକ୍ତ ଅଞ୍ଚଳକୁ ଘେରାଉ କରିନେବା ସହିତ ତଲାସି ଅଭିଯାନ ଆରମ୍ଭ କରିଦେଇଥିଲେ। ତେବେ ଲୁଚି ରହିଥିବା ଆତଙ୍କିମାନେ ସୁରକ୍ଷା ବାହିନୀ ଯବାନଙ୍କ ଉପରକୁ ଗୁଳି ଚଳାଇବା ଫଳରେ ଉଭୟ ପକ୍ଷ ମଧ୍ୟରେ ଆକ୍ରମଣ ପ୍ରତି ଆକ୍ରମଣ ହୋଇଥିଲା। ସୋମବାର ସକାଳୁ ଯବାନଙ୍କ ଗୁଳିରେ ଦୁଇ ଆତଙ୍କିଙ୍କର ମୃତ୍ୟୁ ଘଟିଥିଲା ବୋଲି କାଶ୍ମୀର ଉପତ୍ୟକାର ପୁଲିସ ମହାନିରୀକ୍ଷକ ବିଜୟ କୁମାର କହିଛନ୍ତି।
Powered by Froala Editor