ଇପିଏଫଓ ନିୟମ ବଦଳିଲା, ଜାଣନ୍ତୁ କ’ଣ?
ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ(EPFO) ଆଂଶିକ ପିଏଫ୍ ଉଠାଣ ପାଇଁ ନିୟମକୁ ସରଳ କରିବା ପାଇଁ ପଦକ୍ଷେପ ନେଇଛି । ଏବେ ଗ୍ରାହକମାନେ ପିଏଫ୍ ପାଣ୍ଠିରେ ଥିବା ବାଲାନ୍ସର ୧୦୦ପ୍ରତିଶତ ପର୍ଯ୍ୟନ୍ତ ଉଠାଇପାରିବେ, ଯେଉଁଥିରେ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କ ଅଂଶ ଅନ୍ତର୍ଭୁକ୍ତ । କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ଅଧ୍ୟକ୍ଷତାରେ ବସିଥିବା ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି ।
ନୂତନ ଇପିଏଫଓ ନିୟମ ଅନୁଯାୟୀ ପିଏଫ୍ ଆକାଉଣ୍ଟରେ ୨୫ପ୍ରତିଶତ ବାଲାନ୍ସ ବଜାୟ ରଖିବାକୁ ପଡିବ । ଏହାର ଅର୍ଥ ହେଉଛି କର୍ମଚାରୀମାନେ ବାକି ୭୫ପ୍ରତିଶତ ସମ୍ପୂର୍ଣ୍ଣ ଭାବରେ ଉଠାଇ ପାରିବେ । ଉଠାଣ ସୀମା ମଧ୍ୟ ବୃଦ୍ଧି କରାଯାଇଛି । ଶିକ୍ଷା ପାଇଁ ୧୦ଥର ଏବଂ ବିବାହ ପାଇଁ ୫ଥର ପର୍ଯ୍ୟନ୍ତ ଆଂଶିକ ଉଠାଣ କରାଯାଇପାରିବ ।
Powered by Froala Editor