ପୂରନ କୁମାର ଆତ୍ମହତ୍ୟା ଘଟଣା: ନିଜକୁ ଗୁଳି କରି ହତ୍ୟା କଲେ ଏଏସଆଇ
ନୂଆଦିଲ୍ଲୀ: ହରିୟାଣାରେ ଆଇପିଏସ ଅଧିକାରୀ ଓ୍ବାଇ. ପୂରନ କୁମାର ଆତ୍ମହତ୍ୟା ଘଟଣା ନୂଆମୋଡ଼ ନେଇଛି। ଏହି ଘଟଣାରେ ଡିଜିପିଙ୍କୁ ବଦଳି କରାଯିବା ପରେ ଜଣେ ଏଏସଆଇ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ସେ ଆଇପିଏସ ପୂରନ କୁମାରଙ୍କୁ ଦୋଷୀ ବୋଲି ଦର୍ଶାଇବା ସହିତ ଡିଜିପି ଜଣେ ସଚ୍ଚୋଟ ବ୍ୟକ୍ତି ବୋଲି ନିଜ ସୁଇସାଇଡ ନୋଟରେ ଲେଖିଛନ୍ତି।
ଆତ୍ମହତ୍ୟା କରିଥିବା ଏଏସଆଇ ଜଣକ ରୋହତକ ସାଇବର ସେଲର ନିଯୁକ୍ତ ଥିଲେ। ତାଙ୍କ ନାଁ ହେଉଛି ସନ୍ଦୀପ କୁମାର। ସେ ନିଜ ସୁଇସାଇଡ ନୋଟରେ ଲେଖିଛନ୍ତି ଯେ, ମୁଁ ସର୍ବଦା ସତ୍ୟର ସମର୍ଥନ କରିଛି। ମୋତେ ସତ୍ୟ ଏବଂ ସଚ୍ଚୋଟ ବ୍ୟକ୍ତି ସବୁବେଳେ ପସନ୍ଦ। ପୂରନ କୁମାରଙ୍କ ବିରୋଧରେ ସେ ଗମ୍ଭୀର ଅଭିଯୋଗ ଆଣି ଲେଖିଛନ୍ତି, ପୂରନ ଭ୍ରଷ୍ଟାଚାରରେ ଲିପ୍ତ ଥିଲେ। ପୂରନ ତାଙ୍କୁ ବହୁ ହଇରାଣ କରିଛନ୍ତି ବୋଲି ସେ ସୁଇସାଇଡ ନୋଟରେ ଲେଖିଛନ୍ତି।
Powered by Froala Editor