ଶ୍ରୀମନ୍ଦିର ଭିତରକୁ ପୁଲିସ୍ କର୍ମଚାରୀ କିମ୍ବା ସେବାୟତ ନେଇପାରିବେ ନାହିଁ ମୋବାଇଲ୍
ପୁରୀ : ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ଭାବେ ବାରଣ ହେବ ମୋବାଇଲ ଫୋନ୍। କୌଣସି ପୁଲିସ୍ କର୍ମଚାରୀ କିମ୍ବା ସେବାୟତ ମନ୍ଦିର ଭିତରକୁ ମୋବାଇଲ୍ ନେଇପାରିବେ ନାହିଁ। ଆଗକୁ ଓ୍ବାକିଟକି ବ୍ୟବସ୍ଥା ହେବ ବୋଲି କହିଛନ୍ତି ସୁରକ୍ଷା ସବ୍ କମିଟି ମୁଖ୍ୟ। ଆଜି ସୁରକ୍ଷା ସବ୍ କମିଟି ମୁଖ୍ୟ ଡଃ ଗିରିଶ୍ ଚନ୍ଦ୍ର ମୁର୍ମୁଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସ ସଭାଗୃହରେ ଶ୍ରୀମନ୍ଦିର ସୁରକ୍ଷା ସବ୍ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ସୁରକ୍ଷା ସବ୍ କମିଟି ମୁଖ୍ୟ ଗିରିଶ ଚନ୍ଦ୍ର ମୁର୍ମୁ ଏହି ସୂଚନା ଦେଇଛନ୍ତି।
Powered by Froala Editor