ବାନ୍ତି ଲାଗୁଛି କହି ଥାନାରୁ ଅଭିଯୁକ୍ତ ଚମ୍ପଟ୍
ଭୁବନେଶ୍ଵର: ଥାନାରୁ ଅଭିଯୁକ୍ତ ଚମ୍ପଟ୍ । ମୋବାଇଲ ଚୋରି ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରୁଥିଲା ପୁଲିସ । ଥାନାରେ ଥିବା ବେଳେ ଅଭିଯୁକ୍ତ ଜଣଙ୍କ ବାନ୍ତି କରିବା ବାହାନାରେ ବାହାରକୁ ଆସିଥିଲା । ଏହି ସମୟରେ ଦୁଇ ଜଣ କନେଷ୍ଟବଲଙ୍କୁ ଧକ୍କା ମାରି ଚମ୍ପଟ୍ ମାରିଥିଲା ଅଭିଯୁକ୍ତ । ଅଭିଯୁକ୍ତ ଜଣକ ପଶ୍ଚିମବଙ୍ଗର ରାଜା ବୋଲି ଜଣାପଡିଛି । ଆଇଫୋନ୍ ଚୋରି ଘଟଣାରେ ତାଙ୍କୁ ପୁଲିସ ଗିରଫ କରିଥିଲା ।
Powered by Froala Editor