ଚୀନରେ ମଙ୍କି ଭାଇରସରେ ଆକ୍ରାନ୍ତ ପଶୁ ଚିିକିତ୍ସକଙ୍କ ମୃତ୍ୟୁ
ଚୀନରୁ ପୁଣି ଭୟଙ୍କର ସୂଚନା ମିଳିଛି । ସେଠାରେ ମଙ୍କି ଭାଇରସରେ ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତ ବରଣ କରିଥିବା ସଂକ୍ରମିତ ଏକ ପଶୁ ଚିକିତ୍ସକ ଥିଲେ । ରବିବାର ଗ୍ଲୋବାଲ ଟାଇମସ ଏହି ସୂଚନା ଦେଇଛି । ମେ’ ୨୭ରେ ଏହି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ଚୀନ ଏହାକୁ ବିଧିବଦ୍ଧ ଭାବେ ଘୋଷଣା କରିଛି ।
ସୂଚନା ଯେ, ମାର୍ଚ୍ଚରେ ୨ଟି ମାଙ୍କଡ ଶବ ବ୍ୟବଚ୍ଛେଦ କରିବା ପରେ ହଠାତ ତାଙ୍କ ଦେହ ଖରାପ ହୋଇଥିଲା । ୨୭ ମେରେ ତାଙ୍କ ମୃତ୍ୟୁ ଘଟିଥିବା ବେଳେ ଏହାକୁ ଚୀନ ପକ୍ଷରୁ ଘୋଷଣା କରାଯାଇନଥିଲା । ମଙ୍କି ଭାଇରସର ଏହା ପ୍ରଥମ ମାନବ ସଂକ୍ରମଣ ଭାବେ ବିବେଚନା କରାଯାଉଛି । ୧୯୩୨ରେ ଏହାର ପ୍ରଥମ କେସ ସାମ୍ନାକୁ ଆସିଥିଲା । ସବୁଠାରୁ ଚିନ୍ତାର ବିଷୟ ଏହାର ମୃତ୍ୟୁ ହାର ୭୦ରୁ ୮୦ ପ୍ରତିଶତ ରହିଛି ।
କରୋନା ମହାମାରୀକୁ ନେଇ ସାରା ଦେଶ ଭୟଭୀତ ଥିବାବେଳେ ଏହି ଘଟଣା ଲୋକଙ୍କୁ ଆହୁରି ଡରାଇଛି । ଏବେବି କରୋନା ଉତ୍ପତ୍ତି ସ୍ଥଳ ଜଣାପଡିନି । କିନ୍ତୁ ଚୀନର ଉହାନରୁ ଏହାର ଉତ୍ପତ୍ତି ବୋଲି କୁହାଯାଉଛି । ଏବେ ପୁଣି ମଙ୍କି ଭାଇରସ ଯୋଗୁଁ ମୃତ୍ୟୁ ଖବର ଆଶଙ୍କା ସୃଷ୍ଟି କରିଛି ।
Powered by Froala Editor