ଜୟ ଢୋଲକିଆ ବିଜେପିରେ ମିଶିବା କଥା ସ୍ଵୀକାର କଲେ ଦେବୀ ମିଶ୍ର
ଭୁବନେଶ୍ଵର : ରାତିରେ ଜୟ ଢୋଲକିଆଙ୍କ ସହ କଥା ହୋଇଥିଲା ବିଜେଡି କିନ୍ତୁ ସକାଳୁ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ସକାଳୁ ବିଜେଡି ନେତାମାନେ ଅପେକ୍ଷା କରିଛନ୍ତି ହେଲେ ଆସିଲେନି ଜୟ। ଆଜି କିଛି ଏଭଳି ଭାବେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର। ଜୟ ଢୋଲକିଆ ବିଜେପିରେ ମିଶିବା କଥାକୁ ସେ ସ୍ଵୀକାର କରିଛନ୍ତି। ସେପଟେ ନୂଆପଡାରେ ନବୀନ ପଟ୍ଟନାୟକ ଛିଡା ହେଲେ ବି ଜିତିବ ବିଜେପି। ଏଭଳି କିଛି ଦମ୍ଭୋକ୍ତି ବାଢିଛନ୍ତି ବିଜେପି ଯାଜପୁର ସାଂସଦ ରବି ନାରାୟଣ ବେହେରା।
Powered by Froala Editor