ଶୀରିଶ ଚନ୍ଦ୍ର ମୁର୍ମୁ RBIର ନୂଆ ଡେପୁଟି ଗଭର୍ନର ନିଯୁକ୍ତ

ଶୀରିଶ ଚନ୍ଦ୍ର ମୁର୍ମୁଙ୍କୁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ନୂଆ ଡେପୁଟି ଗଭର୍ନର ଭାବେ ନିଯୁକ୍ତ କରାଯାଇଛି । ୩ ବର୍ଷ ପାଇଁ ଶୀରିଶ ଏହି ଦାୟିତ୍ୱରେ ରହିବେ । ଅକ୍ଟୋବର ୯ ତାରିଖରେ ଦାୟିତ୍ୱ ନେବେ ଶିରୀଶ । କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଦୀର୍ଘ ଦିନର ଅଭିଜ୍ଞତା ରହିଛି ।
ବର୍ତ୍ତମାନ ଏ ଦାୟିତ୍ୱରେ ଅଛନ୍ତି ଏମ୍. ରାଜେଶ୍ୱର ରାଓ । ଆସନ୍ତା ସପ୍ତାହରେ ରାଜେଶ୍ୱର ରାଓ ଅପସର ନେବା ପରେ ଅକ୍ଟୋବର ୯ରେ ଏହି ଦାୟିତ୍ୱ ଗ୍ରହଣ କରିବେ ଶୀରିଶ । ଶୀରିଶ ଛନ୍ଦ୍ର ଏ ଦାୟିତ୍ୱରେ ୩ ବର୍ଷ ପାଇଁ ରହିବେ । ଆରବିଆଇର ଡେପୁଟି ଗଭର୍ନର ଭାବେ ଶୀରିଶଙ୍କୁ ଅନେକ ଗୁରୁୟଦାୟିତ୍ୱ ପ୍ରଦାନ କରାଯିବ ।
ସୂଚନା ଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ବେତନଟିର ଶିରୀଶ ଚନ୍ଦ୍ର ମୁର୍ମୁ ହେଉଛନ୍ତି ପୂର୍ବତନ ସିଏଜି ତଥା ଜାମ୍ମୁ-କାଶ୍ମୀରର ପୂର୍ବତନ ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଭାଇ । ଏବେ ରିଜର୍ଭ ବ୍ୟାଙ୍କ୍ର ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର ଅଛନ୍ତି ଶିରୀଶ ଚନ୍ଦ୍ର ମୁର୍ମୁ । ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲା ବେତନଟିରେ । ତେବେ ଶୀରିଶଙ୍କୁ ମିଳିଥିବା ପ୍ରମୁଖ ଦାୟିତ୍ୱ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କୁ ଶୁଭେଚ୍ଚା ଜଣାଇଛନ୍ତି ।
Powered by Froala Editor